ଷ୍ଟାଇଲିଷ୍ଟ ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍‌ତାର୍‌; ଫଟୋ ଭାଇରାଲ୍

ମୁମ୍ବାଇ: ରାପର୍ ରଫ୍‌ତାର୍‌ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି।

ରଫ୍‌ତାର୍‌ଙ୍କ ଏହା ଦ୍ୱିତୀୟ ବିବାହ, କାରଣ ସେ ପୂର୍ବରୁ କୋମଲ ଭୋହରାଙ୍କୁ ବିବାହ କରିଥିଲେ। ବାହାଘର ଫଟୋଗୁଡିକ ସାମ୍ନାକୁ ଆସିବା ପରେ ଖୁବ ଭାଇରାଲ୍ ହୋଇଛି। ଏଥିରେ ରଫ୍‌ତାର୍‌ ଏବଂ ମନରାଜ ପାରମ୍ପରିକ ଦକ୍ଷିଣ ଭାରତୀୟ ବେଶପୋଷାକର ନଜର ଆସିଛନ୍ତି। ମଙ୍ଗଳସୂତ୍ର ପିନ୍ଧାଇବା ସମୟରେ ଦୁହେଁ ପରସ୍ପରକୁ ପ୍ରେମରେ ଚାହିଁ ରହିଥିବାର ଦେଖାଯାଉଛି। ଜାନୁଆରୀ 31 ତାରିଖରେ ସେମାନଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ ଅନୁଷ୍ଠିତ ହୋଇଛି।

ବିବାହ ଖବର ଆସିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିବାହ ପୂର୍ବରୁ ସେମାନଙ୍କ ହଳଦୀ ସେରିମନିରେ ଏକ ଭିଡିଓରେ, ରଫ୍‌ତାର୍‌ ଏବଂ ମନରାଜ ହଳଦିଆ ଏବଂ ଧଳା ପୋଷାକ ପିନ୍ଧିଥିବା ଦେଖାଯାଇଛି। କ୍ଲିପରେ ରାପର୍ ତାଙ୍କ ବନ୍ଧୁମାନଙ୍କ ମୁହଁରେ ହଳଦୀ ଲଗାଉଛନ୍ତି। ଅନ୍ୟ ଏକ ଭାଇରାଲ ଭିଡିଓରେ, ଦୁହେଁ ନାଚୁଥିବାର ଦେଖାଯାଉଛି।

ରଫ୍‌ତାର୍‌ ପୂର୍ବରୁ କୋମଲ ଭୋହରାଙ୍କୁ ବିବାହ କରିଥିଲେ, କିନ୍ତୁ 2020 ମସିହାରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି। ବର୍ତ୍ତମାନ, ସେ ମନରାଜ ଜୱାଣ୍ଡାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

Share