ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି

ନୂଆଦିଲ୍ଲୀ,୬।୪: ବର୍ତ୍ତମାନ ସମୟରେ ଦେଶର ଷ୍ଟାର୍ଟଅପ୍‌ ପ୍ରୋଗ୍ରାମ ଏକ ପ୍ରକାର ଆନ୍ଦୋଳନ ସୃଷ୍ଟି କରିଛି। ବିଶେଷକରି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ଏହାର ଅଭିବୃଦ୍ଧି ୫% ଛୁଇଁବ ବୋଲି ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍‌ଆଇଟି)ର ଛାତ୍ରୀଛାତ୍ରମାନଙ୍କ ସହ ଏକ ଭାବବିନିମୟ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ ଲିମିଟେଡ୍‌(ଇମ୍ଫା)ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏଭଳି କହିଛନ୍ତି। ଉକ୍ତ ଆଲୋଚନାରେ ପଣ୍ଡା କହିଥିଲେ, ବିଶ୍ୱ ଅର୍ଥନୀତିରେ ଭାରତର ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

ଏପରିକି ବହୁତ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ନିଜର ବିର୍ନିମାଣ ଶିଳ୍ପ ନିମନ୍ତେ ରପ୍ତାନି ବଜାର ଉପରେ ନିର୍ଭର କରୁଥିବା ବେଳେ ଜିଏସ୍‌ଟି ଯୋଗୁ ଭାରତରେ ଏକ ବୃହତ୍‌ ଏକକ ଘରୋଇ ବଜାର ରହିଛି। ଏପରିକି ଏକକ ଘରୋଇ ବଜାର ଏବଂ ଷ୍ଟାର୍ଟଅପ୍‌ ସମୂହ ଭାରତୀୟ ଅର୍ଥନୀତିର ପ୍ରମୁଖ ବୈଶିଷ୍ଟ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି। ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ନର ପରିଷଦରେ ଏକଦା ଇମ୍ଫାର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡା ସଦସ୍ୟ ଥିଲେ। ସ୍ବର୍ଗତ ପଣ୍ଡା ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ପରିଷଦରେ କାର୍ଯ୍ୟ କରିଥିଲେ।

ଏପରିକି ପ୍ରତିଷ୍ଠାତାଙ୍କ ସ୍ମୃତିରେ ଇମ୍ଫା ଦ୍ବାରା ଅନୁଷ୍ଠାନ ପାଇଁ ଏକ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି। ଏହି ସ୍ବର୍ଣ୍ଣପଦକ ପ୍ରତି ବର୍ଷ ଏନ୍‌ଆଇଟିର ମେଟାଲର୍ଜି ଆଣ୍ଡ ମ୍ୟାଟେରିଆଲ ଇଞ୍ଜିନିୟରିଂରେ ବି.ଟେକ୍‌ ପାଠ୍ୟକ୍ରମର ଟପ୍ପରଙ୍କୁ ପ୍ରଦାନ କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଫିକି ମହାନିର୍ଦ୍ଦେଶକ ଅରୁଣ ଚାୱଲା ଏବଂ ଏନ୍‌ଆଇଟି, ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ.ଉମାମହେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri