Posted inଜାତୀୟ

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ ଏକ ପିକ୍‌ନିକ୍‌ ସ୍ପଟ୍‌ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ବଳାତ୍କାରୀମାନେ ଏହି ବର୍ବରତା ଦୃଶ୍ୟର ଭିଡିଓ ଶୁଟିଂ ମଧ୍ୟ କରିଥିଲେ। ଏତିକିରେ ଥମି ନ ଥିଲା ବର୍ବରତା। ପୋଲିସକୁ ଜଣାଇଥିଲେ ଅନ୍‌ଲାଇନରେ ଭିଡିଓ ରିଲିଜ୍‌ କରିଦେବୁ ବୋଲି ସେମାନେ ଧମକ ମଧ୍ୟ ଦେଇଥିଲେ। ଗତ ୨୧ରେ ଏହି ଗଣବଳାତ୍କାର ଘଟିଥିବାବେଳେ ଦିନକ ପରେ ପୋଲିସ ମାମଲା ରୁଜୁ କରିଥିଲା। ଏନେଇ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଇତିମଧ୍ୟରେ ଇନ୍ଦୋରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଜଣେ ଦିନ ମଜୁରିଆ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଂସ୍ଥାରେ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ପୀଡ଼ିତା ଜଣକଙ୍କ ଦେହରେ ବସ୍ତ୍ର ନାହିଁ। ରକ୍ତସ୍ରାବ ହେଉଛି। ସହରର ସଦର ବଜାର ଅଞ୍ଚଳରେ ମଙ୍ଗଳବାର ଭୋର ୩ଟା ୪୫ ମିନିଟ୍‌ର ଏହି ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପୋଲିସ ଏହାକୁ ଅନୁଧ୍ୟାନ କରିବା ପରେ ଶ୍ରମିକ ସୋନୁଙ୍କୁ ଗିରଫ କରିଛି। ସୋନୁ ବଳାତ୍କାର କରିଥିବା ସ୍ବୀକାର କରିଛନ୍ତି। ଲଗାତର ଦୁଇଟି ବଳାତ୍କାର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଭାଜପାକୁ ସମାଲୋଚନା କରିଛି। ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟଓ୍ବାରି ଏକ୍ସ’ରେ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ‘ଲାଡ୍‌ଲି ବେହନା’ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ରାସ୍ତାରେ ଝିଅ ଉଲଗ୍ନ ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri