Posted inଜାତୀୟ

ସ୍ପେନ୍‌ ମହିଳା ପର୍ଯ୍ୟଟକଙ୍କୁ ଗଣବଳାତ୍କାର: ବନ୍ଧା ହେଲେ ୩ ଅଭିଯୁକ୍ତ

ଡୁମ୍‌କା,୩।୩: ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକ ତାଙ୍କ ସ୍ବାମୀଙ୍କ ସହ ବାଇକ୍‌ରେ ବୁଲିବାକୁ ଯାଇଥିବାବେଳେ ଝାଡ଼ଖଣ୍ଡର ଡୁମ୍‌ମା ଜିଲାରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଦମ୍ପତି ଶୁକ୍ରବାର ରାତିରେ ଜିଲାର ହଂସଡିହାସ୍ଥିତ ଏକ ନିଛାଟିଆ ଅଞ୍ଚଳରେ ଅଟକିଥିବାବେଳେ ଅତ୍ୟାଚାରର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ଉଭୟଙ୍କୁ ମାଡ଼ ମାରିବା ପରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଜରମୁଣ୍ଡି ଏସ୍‌ଡିପିଓ ସନ୍ତୋଷ କୁମାରଙ୍କ କହିବା ଅନୁଯାୟୀ ବାଂଲାଦେଶରୁ ବାଇକ୍‌ରେ ଆସିଥିବା ଉକ୍ତ ଦମ୍ପତି ଡୁମ୍‌କା ଦେଇ ବିହାରର ଭାଗଲପୁର ଯାଉଥିବାବେଳେ ଏକ ଅସ୍ଥାୟୀ ଟେଣ୍ଟରେ ରାଜି କଟାଇବା ପାଇଁ ହଂସଡିହା ବଜାର ନିକଟରେ ଅଟକିଥିଲେ। ସେମାନେ ବିହାର ଦେଇ ନେପାଳ ଯାଇଥାନ୍ତେ। ପୀଡ଼ିତାଙ୍କୁ ଡୁମ୍‌କାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଡୁମ୍‌କା ଏସ୍‌ପି ପୀତାମ୍ବର ସିଂ ଖେରଓ୍ବାରଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସ୍ପେନ୍‌ର ଏହି ଦମ୍ପତିଙ୍କ ଗସ୍ତ ଏବଂ ଡୁମ୍‌କାରେ ରହଣି ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ କୌଣସି ଖବର ନ ଥିଲା ବୋଲି ସେ କହିଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ଏକ କମିଟି ଗଢ଼ାଯାଇଥିବା ଫୁଲୋ ଝାନୋ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଅନୁକୁରନ ପୂର୍ତ୍ତି କହିଛନ୍ତି। ଡାକ୍ତରୀ ପରୀକ୍ଷାରୁ ପୀଡ଼ିତାଙ୍କର ଆଭ୍ୟନ୍ତରୀଣ କ୍ଷତ ସମ୍ପର୍କରେ ଜଣାପଡ଼ି ନ ଥିବାରୁ ବଳାତ୍କାର କରାଯାଇଥିବା ନେଇ ସ୍ପଷ୍ଟ ହୋଇନାହିଁ। ଡାକ୍ତରୀ ଅନୁଧ୍ୟାନ ଜାରି ରହିଛି। ବିଦେଶିନୀଙ୍କୁ ଗଣବଳାତ୍କାର ଘଟଣାରେ ଝାଡ଼ଖଣ୍ଡରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଭାଜପା ବିଧାୟକ ଅନନ୍ତ ଓଝା କହିଛନ୍ତି। ରାଜ୍ୟରେ ବିଦେଶୀମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାଡ଼ଖଣ୍ଡ ମନ୍ତ୍ରୀ ବନ୍ନା ଗୁପ୍ତା ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri