Posted inଜାତୀୟ

ଟ୍ୟୁଶନରୁ ଫେରିବାବେଳେ ନାବାଳିକାଙ୍କୁ ଗଣବଳାତ୍କାର

ଗୁଆହାଟୀ,୨୪ା୮(ପି.ଟି.): ଆସାମର ନାଗାଁଓ ଜିଲାରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ୩ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ପରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିଶ୍ରୁତି ଦେଇଛନ୍ତି।
ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଗୁରୁବାର ରାତିରେ ଟ୍ୟୁଶନରୁ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ୩ ଅଭିଯୁକ୍ତ ମୋଟରସାଇକେଲରେ ଆସି ତାଙ୍କୁ ଘେରିଯାଇଥିଲେ। ସେମାନେ ନାବାଳିକାଙ୍କୁ ମାଡ଼ ମାରିବା ସହ ଗଣବଳାତ୍କାର କରିଥିଲେ ଏବଂ ରାସ୍ତା ପାର୍ଶ୍ୱରେ ତାଙ୍କୁ ଆହତ ତଥା ସଂଜ୍ଞାହୀନ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାରକରି ପୋଲିସକୁ ଜଣାଇଥିଲେ। ନାଗାଁଓ ହସ୍ପିଟାଲରେ ତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଚିକିତ୍ସା କରାଯାଉଛି। ଧିଙ୍ଗ ଅଞ୍ଚଳର ଉକ୍ତ ହିନ୍ଦୁ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କୁ ଛଡ଼ାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ପୋଲିସ ଡିଜି ଏବଂ ଜଳସମ୍ପଦ ମନ୍ତ୍ରୀ ପିଜୁଶ ହଜାରିକାଙ୍କୁ ପଠାଇ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ସଭା ନିର୍ବାଚନ ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକେ ଏଭଳି ଅପରାଧ ଘଟାଉଛନ୍ତି। ଗତ ୨ ମାସରେ ମହିଳାମାନଙ୍କ ବିରୋଧରେ ଏଭଳି ୨୨ଟି ଅପରାଧ ଘଟଣା ଘଟିଥିବା ହିମନ୍ତ କହିଛନ୍ତି। ପୋଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବାବେଳେ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri