ଯାଜପୁରରୁ ଆସିଲା ବଡ଼ ଖବର: ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ…

ଭୁବନେଶ୍ୱର,୨୧।୭: ଯାଜପୁରରେ ବଡ଼ କାଣ୍ଡ । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକା ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ୨ ହକି ପ୍ରଶିକ୍ଷକ ଅଟକ ରହିଥିବା ସୂଚନା। ଆଉ ଜଣେ ଅଭିଯୁକ୍ତ ଫେରାର୍‌ ଥିବା କୁହାଯାଉଛି।

ଏକ ଲଜ୍‌କୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ପରେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ୨ ହକି ପ୍ରଶିକ୍ଷକଙ୍କ ସହ ଅନ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ମିଶାଇ ୪ ଅଟକ । ଘଟଣାରେ ୪ ଜଣଙ୍କୁ ଅଟକ ନେଇ ଯାଜପୁର ଏସ୍‌ପି ସ୍ପଷ୍ଟ କରିଛନ୍ତି।