hands of a prisoner on prison bars
ଚିତ୍ରଡ଼ା,୨୫ା୭(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଗୁ ମାରାଣ୍ଡି(୨୦)। ଡାକ୍ତରୀମାଇନା ପରେ ଶନିବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଥାନାରେ ନଂ. ୧୦୯/୨୦୨୦ ଏକ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୩ରେ ଅଭିଯୁକ୍ତ ଲୁଗୁ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଥିଲେ। ଏନେଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ପୀଡ଼ିତାଙ୍କୁ ବିବାହ କରିବେ ବୋଲି ଲୁଗୁ ଘରକୁ ନେଇଆସିଥିଲେ। ଦୁଇ ଦିନ ପରେ ନାବାଳିକାଙ୍କୁ ଘରୁ ବାହାର କରି ଦେଇଥିଲେ। ଏନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଗିରଫ କରିଛି।