Posted inଜାତୀୟ

ଓ୍ବାରାଓ୍ବାରା ରାଓଙ୍କୁ ଜାମିନ

ମୁମ୍ବାଇ, ୨୩ା୨: ଭୀମା କୋରେଗାଁଓ ମାମଲାରେ ଅଭିଯୁକ୍ତ ଓ୍ବାରାଓ୍ବାରା ରାଓଙ୍କୁ ବମ୍ବେ ହାଇକୋର୍ଟ ସୋମବାର ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରାଯାଇଛି। ଓ୍ବାରାଓ୍ବାରା (୮୨)ଙ୍କ ଅତ୍ୟଧିକ ବୟସ ଓ ଅସୁସ୍ଥତାକୁ ବିଚାରକୁ ନେଇ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏସ୍‌.ଏସ୍‌. ସିନ୍ଧେ ଏବଂ ମନୀଷ ପିଟାଲେଙ୍କ ଖଣ୍ଡପୀଠ କହିଥିଲେ।
ଜାମିନ ପ୍ରଦାନ ବେଳେ ଖଣ୍ଡପୀଠ ବିଚାରାଧୀନ ବନ୍ଦୀଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କିତ ୭ଟି ପ୍ରଶ୍ନକୁ ବିଚାରକୁ ନେଇଥିଲେ। ସେଗୁଡ଼ିକ ହେଲା, ଓ୍ବାରାଓ୍ବାରାଙ୍କୁ ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତ କରାଯାଇଥିଲେ ହେଁ ଏନ୍‌ଆଇଏ କୋର୍ଟ ଦ୍ୱାରା ଏପର୍ଯ୍ୟନ୍ତ ଚାର୍ଜଫ୍ରେମ୍‌ ହୋଇନାହଁି। ଅଭିଯୋଗ ପକ୍ଷ ୨୦୦ ସାକ୍ଷୀଙ୍କ ବୟାନ ଯାଞ୍ଚ କରିବାକୁ ଚାହାନ୍ତି। ଏଥିପାଇଁ କେତେ ଦିନ ଲାଗିବ ଓ କେବେ ବିଚାର ଶେଷ ହେବ, ତାହା କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟଙ୍କ ରାୟର ଅବତାରଣା କରି ଖଣ୍ଡପୀଠ କହିଥିଲେ, ଜେଲ୍‌ରେ ଥିବା ବିଚାରାଧୀନ ବନ୍ଦୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଥିବା ମୌଳିକ ଅଧିକାର ଗ୍ୟାରେଣ୍ଟିରୁ ବଞ୍ଚତ୍ତ କରାଯାଇପାରିବ ନାହିଁ।
ସ୍ବତନ୍ତ୍ର ପରିସ୍ଥିତିରେ ଅଭିଯୁକ୍ତଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦେବା ପାଇଁ ଜେଲ୍‌ର ୪ କାନ୍ଥକୁ ଭାଙ୍ଗିବାକୁ ପଡ଼ିପାରେ ବୋଲି ବମ୍ବେ ହାଇକୋର୍ଟ କହିଥିଲେ। ଜଣେ ଅସୁସ୍ଥ ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛଡ଼ା ନ ଗଲେ ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପାରେ। ବନ୍ଦୀଙ୍କୁ ଉପଲବ୍ଧ ହେଉଥିବା ଏଭଳି ଅଧିକାରକୁ ଉଚ୍ଛେଦ କରିବା ଲାଗି ତଦନ୍ତକାରୀ ସଂସ୍ଥାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଓ୍ବାରାଓ୍ବାରା ରାଓଙ୍କୁ ମୁମ୍ବାଇରେ ରହିବା ଏବଂ ତଦନ୍ତ ପାଇଁ ଆବଶ୍ୟକ ସମୟରେ ଉପସ୍ଥିତ ହେବା ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି। ତାଙ୍କୁ ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଓ୍ବାରାଓ୍ବାରାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା। ଜେଲ୍‌ରେ ଥିବାବେଳେ କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ ଏକାଧିକ ଥର ହସ୍ପିଟାଲ୍‌ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri