ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ। ଉଚ୍ଚ ଶିକ୍ଷା, କ୍ରୀଡା, ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପାରେ ଅଭିବାଦନ ଗ୍ରହଣ କରିଥିଲେ।
ମନ୍ତ୍ରୀ ତାଙ୍କ ଭାଷଣରେ ସାଧାରଣତନ୍ତ୍ର ଦିବସ ପ୍ରତିଟି ଭାରତୀୟ ପାଇଁ ସ୍ମରଣୀୟ ଦିବସ ବୋଲି କହିଥିଲେ। ଅପରପକ୍ଷେ ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗା ପ୍ରହାର ଶକ୍ତିଶାଳୀ ବୋଲି ବ୍ରିଟିଶମାନେ ଜାଣିବା ପରେ  ୫୦୦ ଠେଙ୍ଗା ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା। ସେହିଭଳି ସ୍ମୃତି, ସଂକଳ୍ପ ଓ ଆତ୍ମ ସମୀକ୍ଷାର ଦିବସ ବୋଲି ଦର୍ଶାଇଥିଲେ । ସ୍ବାଧୀନତା ସଂଗ୍ରାମରେ କଳା ଓ ସଂସ୍କୃତିର ମାଟି ନୟାଗଡର ଅବଦାନ ଅବିସ୍ମରଣୀୟ ବୋଲି ଦର୍ଶାଇଥିଲେ। ଏଠାର ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମ ବଳୀଦାନ ନୟାଗଡ଼ ମାଟିର ସାହସିକତା, ବୀରତ୍ୱ ଓ ଅପୂର୍ବ ତ୍ୟାଗର ଜ୍ୱଳନ୍ତ ନିଦର୍ଶନ ବୋଲି କହିଥିଲେ। ଗଣତନ୍ତ୍ର ମୂଲ୍ୟବୋଧର ଅନେକ ସ୍ମୃତିକୁ ସାଇତି ରଖି ସଂଗ୍ରାମୀମାନଙ୍କୁ ସମ୍ମାନିତ କରିଛ। ଉତ୍ତର ପିଢ଼ିକୁ ଜାତୀୟତାର ମନ୍ତ୍ରରେ ବାନ୍ଧି ରଖିଛି । ସେହିଭଳି ସରକାରଙ୍କର ସଫଳତାକୁ ବଖାଣିଥିଲେ।
Dharitri – Odisha’s No.1 Odia Daily

Share