Posted inଖେଳ

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(ତପନ ସ୍ବାଇଁ): ଚଳିତ ସିଜନରେ ପ୍ରଦର୍ଶନରେ ସ୍ଥିରତାର ଅଭାବ ଓଡ଼ିଶା ରଣ୍‌ଜୀ ଦଳ ପାଇଁ ମହଙ୍ଗା ପଡ଼ିଛି। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଗ୍ରୁପ୍‌ ‘ଡି’ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୬୨ ରନରେ ଉତ୍ତରାଖଣ୍ଡଠାରୁ ହାରିଯାଇଛି। ୩୭୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସିଜନର ତୃତୀୟ ପରାଜୟର ସ୍ବାଦ ଚାଖିଛି ଘରୋଇ ଦଳ। ଭଦୋଦରାରେ ବରୋଦାଠାରୁ ୧୪୭ ରନରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଇନ୍ଦୋରରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚକୁ ମଧ୍ୟପ୍ରଦେଶ ସହ ଡ୍ର ରଖିଥିଲା। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ଜମ୍ମୁ-କଶ୍ମୀରଠାରୁ ଦଳ ୨ ଉଇକେଟରେ ପରାଜିତ ହୋଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ସେହି ଗ୍ରାଉଣ୍ଡରେ ଖେଳିଥିବା ୪ର୍ଥ ମ୍ୟାଚରେ ପ୍ରତିପକ୍ଷ ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଓଡ଼ିଶା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ପୁଡୁଚେରୀ ବିପକ୍ଷ ୫ମ ମ୍ୟାଚକୁ ଦଳ ଡ୍ର ରଖିଥିଲେ ହେଁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଓଡ଼ିଶା ଦଳ ୬ ମ୍ୟାଚରୁ ୧ ବିଜୟ, ୩ ପରାଜୟ ଓ ୨ ଡ୍ର ସହ ୧୨ ପଏଣ୍ଟ ପାଇ ୮ ଦଳ ବିଶିଷ୍ଟ ଗ୍ରୁପ୍‌ରେ ୭ମ ସ୍ଥାନରେ ରହିଛି। ଓଡ଼ିଶା ଏହାର ଶେଷ ଲିଗ୍‌ ମ୍ୟାଚ ଦିଲ୍ଲୀ ବିପକ୍ଷରେ ଚଳିତ ମାସ ୧୬ ତାରିଖରୁ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳିବ।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୭/୨ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ମୋଟ ୨୧୪ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଶୁଭ୍ରାଂଶୁ ସେନାପତି ସର୍ବାଧିକ ୬୧ ଓ ଦେବବ୍ରତ ପ୍ରଧାନ ୩୭ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଉତ୍ତରାଖଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ବିପକ୍ଷ ବୋଲରଙ୍କ ମଧ୍ୟରେ ଦୀପକ ଧପୋଲା ଚମତ୍କାର ବୋଲିଂ କରି ୭୪ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂ ୨ଟି ଲେଖାଏ ଏବଂ କୁନାଲ ଚାଣ୍ଡେଲା ଗୋଟିଏ ଉଇକେଟ ନେଇଥିଲେ। ଧପୋଲା ପ୍ରଥମ ଇନିଂସରେ ମଧ୍ୟ ୩ଟି ଉଇକେଟ ନେଇଥିଲେ। ତେଣୁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୩୪୨। ଓଡ଼ିଶା ପ୍ରଥମ ଇନିଂସ: ୧୬୯। ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ: ୨୦୩/୮(ଘୋଷଣା)। ଓଡ଼ିଶା ଦ୍ୱିତୀୟ ଇନିଂସ: ୨୧୪/ଅଲ୍‌ଆଉଟ (ଶୁଭ୍ରାଂଶୁ ସେନାପତି-୬୧, ଦେବବ୍ରତ ପ୍ରଧାନ-୩୭, ଦୀପକ ଧପୋଲା-୩/୭୪, ମୟଙ୍କ ମିଶ୍ର-୨/୨୮, ସ୍ବପ୍ନିଳ ସିଂ-୨/୨୮, କୁନାଲ ଚାଣ୍ଡେଲା-୧/୮)।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri