Posted inଖେଳ

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(ତପନ ସ୍ବାଇଁ): ଚଳିତ ସିଜନରେ ପ୍ରଦର୍ଶନରେ ସ୍ଥିରତାର ଅଭାବ ଓଡ଼ିଶା ରଣ୍‌ଜୀ ଦଳ ପାଇଁ ମହଙ୍ଗା ପଡ଼ିଛି। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଗ୍ରୁପ୍‌ ‘ଡି’ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୬୨ ରନରେ ଉତ୍ତରାଖଣ୍ଡଠାରୁ ହାରିଯାଇଛି। ୩୭୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସିଜନର ତୃତୀୟ ପରାଜୟର ସ୍ବାଦ ଚାଖିଛି ଘରୋଇ ଦଳ। ଭଦୋଦରାରେ ବରୋଦାଠାରୁ ୧୪୭ ରନରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଇନ୍ଦୋରରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚକୁ ମଧ୍ୟପ୍ରଦେଶ ସହ ଡ୍ର ରଖିଥିଲା। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ଜମ୍ମୁ-କଶ୍ମୀରଠାରୁ ଦଳ ୨ ଉଇକେଟରେ ପରାଜିତ ହୋଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ସେହି ଗ୍ରାଉଣ୍ଡରେ ଖେଳିଥିବା ୪ର୍ଥ ମ୍ୟାଚରେ ପ୍ରତିପକ୍ଷ ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଓଡ଼ିଶା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ପୁଡୁଚେରୀ ବିପକ୍ଷ ୫ମ ମ୍ୟାଚକୁ ଦଳ ଡ୍ର ରଖିଥିଲେ ହେଁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଓଡ଼ିଶା ଦଳ ୬ ମ୍ୟାଚରୁ ୧ ବିଜୟ, ୩ ପରାଜୟ ଓ ୨ ଡ୍ର ସହ ୧୨ ପଏଣ୍ଟ ପାଇ ୮ ଦଳ ବିଶିଷ୍ଟ ଗ୍ରୁପ୍‌ରେ ୭ମ ସ୍ଥାନରେ ରହିଛି। ଓଡ଼ିଶା ଏହାର ଶେଷ ଲିଗ୍‌ ମ୍ୟାଚ ଦିଲ୍ଲୀ ବିପକ୍ଷରେ ଚଳିତ ମାସ ୧୬ ତାରିଖରୁ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳିବ।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୭/୨ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ମୋଟ ୨୧୪ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଶୁଭ୍ରାଂଶୁ ସେନାପତି ସର୍ବାଧିକ ୬୧ ଓ ଦେବବ୍ରତ ପ୍ରଧାନ ୩୭ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଉତ୍ତରାଖଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ବିପକ୍ଷ ବୋଲରଙ୍କ ମଧ୍ୟରେ ଦୀପକ ଧପୋଲା ଚମତ୍କାର ବୋଲିଂ କରି ୭୪ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂ ୨ଟି ଲେଖାଏ ଏବଂ କୁନାଲ ଚାଣ୍ଡେଲା ଗୋଟିଏ ଉଇକେଟ ନେଇଥିଲେ। ଧପୋଲା ପ୍ରଥମ ଇନିଂସରେ ମଧ୍ୟ ୩ଟି ଉଇକେଟ ନେଇଥିଲେ। ତେଣୁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୩୪୨। ଓଡ଼ିଶା ପ୍ରଥମ ଇନିଂସ: ୧୬୯। ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ: ୨୦୩/୮(ଘୋଷଣା)। ଓଡ଼ିଶା ଦ୍ୱିତୀୟ ଇନିଂସ: ୨୧୪/ଅଲ୍‌ଆଉଟ (ଶୁଭ୍ରାଂଶୁ ସେନାପତି-୬୧, ଦେବବ୍ରତ ପ୍ରଧାନ-୩୭, ଦୀପକ ଧପୋଲା-୩/୭୪, ମୟଙ୍କ ମିଶ୍ର-୨/୨୮, ସ୍ବପ୍ନିଳ ସିଂ-୨/୨୮, କୁନାଲ ଚାଣ୍ଡେଲା-୧/୮)।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri