Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା ବୋଲର ନିରାଶ

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଫଳରେ ନାଗାଲାଣ୍ଡ ଦୃଢ଼ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଛି। ଗ୍ରୁପ୍‌ ‘ଏ’ର ଅପେକ୍ଷାକୃତ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ପ୍ରଭାବୀ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ମାତ୍ର ପ୍ରଥମ ଇନିଂସରେ ୪୩୩ ରନ ସଂଗ୍ରହ କରି ଏହି ଦଳ ଘରୋଇ ବୋଲରଙ୍କ ବିଫଳତାକୁ ପଦାରେ ପକାଇ ଦେଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ କୌଣସି ଉଇକେଟ ନ ହରାଇ ୧୧୧ ରନ ସଂଗ୍ରହ କରିଛି। ଅନୁରାଗ ଷଡ଼ଙ୍ଗୀ ୭୫ ଓ ଶାନ୍ତନୁ ମିଶ୍ର ୩୧ ରନକରି ଅପରାଜିତ ରହିଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ୩୨୨ ରନ ପଛରେ ରହିଛି। ୨ ଦିନ ଖେଳ ଶେଷ ହୋଇଯାଇଥିବାରୁ ମ୍ୟାଚରୁ ଫଳାଫଳ ମିଳିବା ସମ୍ଭାବନା କମିଛି।
ବିସ୍ତଙ୍କ ଶତକ
ପ୍ରଥମ ଦିବସ ଖେଳ ଶେଷ ବେଳକୁ ନାଗାଲାଣ୍ଡ ୨୯୧ ରନ ମଧ୍ୟରେ ୬ ଉଇକେଟ ହରାଇଥିଲା। ଅର୍ଥାତ୍‌ ଦ୍ୱିତୀୟ ଦିବସରେ ଏହି ଦଳ ୪ ଉଇକେଟ ବିନିମୟରେ ଆହୁରି ୧୪୨ ରନ ସଂଗ୍ରହ କରି ନେଇଥିଲା। ଦଳର ବ୍ୟାଟିଂ ମେରୁଦଣ୍ଡ ସାଜିଥିଲେ ଅଭିଜ୍ଞ ଚେତନ ବିସ୍ତ। ଚଳିତ ସିଜନରେ ନାଗାଲାଣ୍ଡ ପକ୍ଷରୁ ଖେଳୁଥିବା ମହାରାଷ୍ଟ୍ରର ବିସ୍ତ ଶତକ ହାସଲ କରି ଦଳକୁ ବଡ଼ ସ୍କୋର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ୨୧୩ ବଲ୍‌ରୁ ୧୬ ଚୌକା ଓ ୧ ଛକା ସହାୟତାରେ ୧୨୯ ରନ କରିଥିଲେ। ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସେଦେଝାଲେ ରୁପେରୋ ଓଡ଼ିଶା ବୋଲରଙ୍କୁ ସବୁଠାରୁ ବେଶି ନିରାଶ କରିଥିଲେ। ସେ ସଫଳତାର ସହ ଘରୋଇ ବୋଲରଙ୍କୁ ମୁକାବିଲା କରି ୭୧ ରନରେ ଅପରାଜିତ ରହିଥିଲେ। ୧୭୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୁପେରୋ ନିଜ ଇନିଂସ ମଧ୍ୟରେ ୮ ଚୌକା ଓ ୧ ଛକା ମାରିଥିଲେ। ଓଡ଼ିଶା ପକ୍ଷରୁ ଦୁଇ ଷ୍ଟ୍ରାଇକ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ତାରିଣୀ ସ’ ଦ୍ୱିତୀୟ ଦିବସରେ ଉଇକେଟ ପାଇ ନ ଥିବାବେଳେ ଜୟନ୍ତ ବେହେରା ୨ଟି ଓ ଶାନ୍ତନୁ ମିଶ୍ର ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ପ୍ରୟାସ ସିଂ ମଧ୍ୟ ଉଇକେଟ ଶୂନ୍ୟ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୪୩୩/ଅଲ୍‌ଆଉଟ (ଚେତନ ବିସ୍ତ-୧୨୯, ସେଦେଝାଲି ରୁପେରୋ-୭୧*, ଶ୍ରୀକାନ୍ତ ମୁଣ୍ଡେ-୬୬, ହୋକାଇତୋ ଝିମୋମି-୫୯, ନାଗାହୋ ଚିଶି-୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୩/୮୯, ତାରିଣୀ ସ’-୩/୮୬, ଜୟନ୍ତ ବେହେରା-୨/୯୪, ଶାନ୍ତନୁ ମିଶ୍ର-୧/୨୦)। ଓଡ଼ିଶା ପ୍ରଥମ ଇନିଂସ: ୧୧୧/୦ (ଅନୁରାଗ ଷଡ଼ଙ୍ଗୀ-୭୫*, ଶାନ୍ତନୁ ମିଶ୍ର-୩୧*)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri