ଦିନେ ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାଣୀ, ହେଲେ ଅଭିଷେକଙ୍କ ସହ କରୁଥିଲେ…

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ତାଙ୍କର ଚମତ୍କାର ଅଭିନୟ ବଳରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଣୀ ପ୍ରସିଦ୍ଧ ଚଳଚ୍ଚିତ୍ର ର୍ନିମାତା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି। କିନ୍ତୁ ଆପଣ ଜାଣିଲେ ତାଜୁବ ହେବେ ଦିନେ ସେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯିଏ ତାଙ୍କଠାରୁ 35 ବର୍ଷ ବଡ଼।

ବଲିଉଡର ଅନେକ ବଡ଼ ସୁପରଷ୍ଟାରଙ୍କ ପରି, ରାଣୀ ମୁଖର୍ଜୀ ଅମିତାଭ ବଚ୍ଚନଙ୍କ ପ୍ରଶଂସକ। ରାଣୀ ଆରମ୍ଭରୁ ବିଗ ବିଙ୍କ ପ୍ରଶଂସକ। ସେ ଥରେ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ଟକ ଶୋ’ରେ ତାଙ୍କ ହୃଦୟର ଇଚ୍ଛା ପ୍ରକାଶ କରିଥିଲେ ଯେ ସେ ବିଗ ବିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ବିବାହ ଅଭିଷେକ ବଚ୍ଚନଙ୍କ ସହ ଫିକ୍ସ ହୋଇଯାଇଥିଲା।

ବର୍ଷ ବର୍ଷ ପୂର୍ବେ, ସିମି ଗ୍ରେୱାଲଙ୍କ ଶୋ’ରେ ରାଣୀ ମୁଖର୍ଜୀ ଏକ ବହୁତ ବଡ଼ କଥା କହିଥିଲେ। ସିମିଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଣୀ କହିଥିଲେ ଯେ ଯଦି ତାଙ୍କୁ ସୁଯୋଗ ଥାଆନ୍ତା, ତେବେ ସେ ଅମିତାଭ ବଚ୍ଚନଙ୍କୁ ବିବାହ କରିଥାଆନ୍ତେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ହୃଦୟରେ ବିଗ ବିଙ୍କ ପ୍ରତି ବହୁତ ସମ୍ମାନ ଏବଂ ପ୍ରେମ ଅଛି।

ଅମିତାଭ ବଚ୍ଚନ ଏବଂ ରାଣୀ ମୁଖାର୍ଜୀ ମଧ୍ୟ ଅନେକ ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି। 2005 ମସିହାରେ ଆସିଥିବା ଫିଲ୍ମ ‘ବ୍ଲାକ’ ଉଭୟଙ୍କ ପାଇଁ ହଙ୍ଗାମା ସୃଷ୍ଟି କରିଥିଲା। ପ୍ରକୃତରେ, ଏହି ଫିଲ୍ମରେ ଅମିତାଭ ବଚ୍ଚନ ତାଙ୍କଠାରୁ 35 ବର୍ଷ ସାନ ରାଣୀ ମୁଖାର୍ଜୀଙ୍କ ସହିତ ଏକ କିସିଂ ସିନ୍‌ କରିଥିଲେ, ଯାହା ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ହଲାଇ ଦେଇଥିଲା।

Rani Mukerji1 (1)

ଯଦିଓ ରାନୀ ବିଗ ବିଙ୍କୁ ବିବାହ କରିବାର ସୁଯୋଗ ପାଇ ନ ଥିଲେ, କିନ୍ତୁ ତାଙ୍କୁ ତାଙ୍କ ଘରର ବୋହୂ ହେବାର ସୁଯୋଗ ମିଳିଥିଲା। ପ୍ରକୃତରେ, ଗୋଟିଏ ସମୟରେ ଅଭିଷେକ ଏବଂ ରାଣୀ ପରସ୍ପରକୁ ଡେଟ କରୁଥିଲେ। ବଚ୍ଚନ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ। ‘ବଣ୍ଟି ଔର ବବଲି’, ‘କଭି ଅଲବିଦା ନା କେହନା’ ଏବଂ ‘ଯୁବା’ ଭଳି ଫିଲ୍ମରେ ଏକାଠି କାମ କରିବା ସମୟରେ, ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଉଭୟ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ, କିନ୍ତୁ ହଠାତ ସେମାନଙ୍କ ବ୍ରେକଅପ ଖବର ଆସିଲା ଏବଂ ସେମାନେ ଅଲଗା ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri