ବନ୍ଧାହେଲେ କୁବେର ରେଞ୍ଜର, କେବଳ ଓଡ଼ିଶା ନୁହେଁ ହାଇଦ୍ରାବାଦରେ ଥିଲା ଫ୍ଲାଟ୍‌

ଡେଙ୍କାନାଳ,୨୩।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଶୁକ୍ରବାର ଗିରଫ ହୋଇଛନ୍ତି। ତାଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ ହୋଇଛି। ଅନ୍ୟପକ୍ଷେ ଭୁବନେଶ୍ବର ଓ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ ଅଛି।ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ ହୋଇଛି।୧ କୋଟିରୁ ଊଦ୍ଧର୍‌ବ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ଏବଂ ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ଠାବ କରିଛି।

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ବିଳାସମୟ ଜୀବନଯାପନ କରୁଥିଲେ। ଜଣେ ବନ ସଂରକ୍ଷକ ଅଧିକାରୀ ହୋଇଥିବାବେଳେ ବିରଳ ପଶୁପକ୍ଷୀ ଓ ମୂଲ୍ୟବାନ ବୃକ୍ଷର ସୁରକ୍ଷା ଦାୟିତ୍ୱ ତାଙ୍କର। ହେଲେ ବିଭୁଦାନନ୍ଦ ଜଙ୍ଗଲ ଆଇନକୁ ହାତ ମୁଠାରେ ଚାପି ରଖି କିପରି ସାମ୍ରାଜ୍ୟ ଗଢ଼ିଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଭିଜିଲାନ୍ସ ଫାଶରେ ପଡ଼ିବା ପରେ ତାଙ୍କର ସବୁ ଗୁମର ପଦାକୁ ଆସିଛି।

ଭିଜିଲାନ୍ସ ଡରରେ ଟଏଲେଟ୍‌
ଫ୍ଲସରେ ଲୁଚାଇଦେଲେ ଟଙ୍କା
ଗୁରୁବାର ଭୋର ୪ଟା ବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ାଉ କରିବା ଦେଖି ଢେଙ୍କନାଳସ୍ଥିତ ଘରେ ଥିବା ବିଭୁଦାନନ୍ଦ ଡରି ଯାଇଥିଲେ। ଘରେ ଥିବା ମୋଟା ବିଡ଼ାବିଡ଼ା ଟଙ୍କାକୁ ସେ କେଉଁଠି ଏକ ନିରାପଦ ଗୁପ୍ତ ସ୍ଥାନରେ ଲୁଚାଇ ଦେବାକୁ ଲାଗି ପଡ଼ିଥିଲେ। ଦୁଇ ବିଡ଼ା ୫୦୦ଟଙ୍କିଆ ନୋଟକୁ ସେ କୌଶଳ କ୍ରମେ ଟଏଲେଟ୍‌ ରୁମ୍‌କୁ ନେଇଯାଇଥିଲେ। ଟଏଲେଟ୍‌ ଫ୍ଲସ୍‌ ଟାଙ୍କି ଭିତରେ ଉକ୍ତ ଟଙ୍କା ବିଡ଼ାକୁ ପୂରାଇ ଦେଇଥିଲେ। ଏତିକିବେଳେ ଭିଜିଲାନ୍ସ ଅଧିକାରୀଙ୍କ ନଜର ପଡ଼ି ଯାଇଥିଲା। ଅଧିକାରୀମାନେ ବିଭୁଦାନନ୍ଦଙ୍କୁ ନେଇ ଟଏଲେଟ୍‌ ରୁମ୍‌କୁ ଯାଇ ଟାଙ୍କିରୁ ଟଙ୍କା କାଢ଼ିବାକୁ କହିଥିଲେ। ଏପରି କି କାହିଁକି ଏହି ଟଙ୍କା ପକାଇଦେଲେ ବୋଲି ବିଭୁଦାନନ୍ଦଙ୍କୁ ପ୍ରଶ୍ନ ପଚରାଯାଇଥିବାବେଳେ ସେ ଚୁପ୍‌ ରହିଥିଲେ। ପରେ ଲୁଚାଇଥିବା ନୋଟ୍‌ ବିଡ଼ାକୁ ଅକଳରେ ପଡ଼ି ବିଭୁଦାନନ୍ଦ ଫ୍ଲସ୍‌ ଟାଙ୍କିରୁ କାଢିଥିଲେ।
ବନ ସଂରକ୍ଷଣ ଆଇନକୁ
ହାତମୁଠାରେ ରଖିଥିଲେ
ବିଭୁଦାନନ୍ଦ ଜଣେ ବନାଞ୍ଚଳ ଅଧିକାରୀ ହୋଇ ମଧ୍ୟ ବନ ସଂରକ୍ଷଣ ଆଇନକୁ ହାତ ମୁଠାରେ ରଖିଥିଲେ। ଫାର୍ମରେ ଲାଗିଥିବା ବିଭିନ୍ନ ମୂଲ୍ୟବାନ ଗଛ ଆଦିକୁ ବେଆଇନ ଭାବେ ଲଗାଇଥିଲେ। ଏପରିକି ଫାର୍ମ ହାଉସ ଭିତରେ ଏକ ମିନି ଚିଡ଼ିଆଖାନା କରିଥିଲେ।
ବିଳାସମୟ ଫାର୍ମହାଉସ ଭିତରେ ଆକର୍ଷଣୀୟ ପାର୍କ
ଜଙ୍ଗଲୀ ବାବୁ ବିଭୁଦାନନ୍ଦ ଅବସର ବିନୋଦନ ପାଇଁ ଫାର୍ମ ହାଉସରେ ଆକର୍ଷଣୀୟ ପାର୍କ ନିର୍ମାଣ କରିଥିଲେ। ଉକ୍ତ ପାର୍କର ମଝିରେ ମଝିରେ ରହିଛି ଭିୟୁ ପଏଣ୍ଟ। ଏଥିସହ ଥକ୍କାପଣ ମେଣ୍ଟାଇବାକୁ ଆକର୍ଷଣୀୟ ଦୋଳି, ପିଲାଙ୍କ ଖେଳିବା ପାଇଁ ବହୁ ଅତ୍ୟାଧୁନିକ ଉପକରଣ, ପ୍ରାତଃଭ୍ରମଣ ପାଇଁ ଚିକ୍କଣ ରାସ୍ତା, ବିଭିନ୍ନ ସ୍ଥାନରେ ମାର୍ବଲ ମୂର୍ତ୍ତି ଆଦି ରହିଛି। ତେବେ ବିଭୁଦାନନ୍ଦ ଏହି ଫାର୍ମ ହାଉସକୁ ଲଗାଇ ଜମି କିଣି ଏଠାରେ ଏକ ଫିଲ୍ମ ସିଟିର ପରିକଳ୍ପନା କରିଥିଲେ ବୋଲି କୁହାଯାଉଛି।
ଶାଗୁଆନ କାଠରେ ସଜାଇଥିଲେ ଘର
ଢେଙ୍କାନାଳ ଟାଉନ ରତ୍ନବଜାରସ୍ଥିତ ୪ ହଜାର ୬୦୫ ବର୍ଗଫୁଟରେ ବିଭୁଦାନନ୍ଦ ଦୁଇ ମହଲା ବିଶିଷ୍ଟ ରାଜପ୍ରାସାଦ ଭଳି କୋଠା ନିର୍ମାଣ କରିଛନ୍ତି। ଏହି କୋଠା ଓ ଏହାର ସାଜସଜ୍ଜା କାମକୁ ଦେଖି ସ୍ଥାନୀୟ ଲୋକମାନେ ମୂଳରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ବନାଞ୍ଚଳ ଅଧିକାରୀ ହୋଇଥିବାରୁ ଲୋକମାନେ ପାଟି ଫିଟାଉ ନ ଥିଲେ। ଏହି ଘରେ ନାମଫଳକଠୁ ଆରମ୍ଭ କରି ସବୁ ସାଜସଜ୍ଜା କାମକୁ ବିଭୁଦାନନ୍ଦ ଶାଗୁଆନ କାଠରେ ସଜାଇଥିଲେ। ବେଆଇନ ଭାବେ ଏହି କାଠକୁ ଜଙ୍ଗଲରୁ ସେ ଆଣିଥିଲେ ଚର୍ଚ୍ଚା ହେଉଛି।
ଘରୁ ଠାବ ହେଲା ବିପୁଳ ଅଳଙ୍କାର, ସୌଖୀନ ହାତ ଘଣ୍ଟା
ବିଭୁଦାନନ୍ଦ ହାତଘଣ୍ଟା ପିନ୍ଧିବା ପାଇଁ ବେଶ୍‌ ସଉକ ରଖିଥିଲେ। ସେଥିପାଇଁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ସେ ହାତଘଣ୍ଟା କିଣି ରଖିଥିଲେ। ଏଥିସହ ସ୍ତ୍ରୀଙ୍କ ପାଇଁ କରିଥିଲେ ଦୁଇଟି ବହୁମୂଲ୍ୟ ହୀରା ହାର। କେବଳ ଏତିକି ନୁହେଁ ବିଭିନ୍ନ ଆକର୍ଷଣୀୟ ସୁନା ଓ ରୁପା ଅଳଙ୍କାର ତାଙ୍କ ଘରୁ ଠାବ ହୋଇଛି, ଯାହା ସାଧାରଣରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri