ନବୀନଙ୍କୁ ଚିଠି ଲେଖି ରାଜାଙ୍କ ପ୍ରସ୍ତାବ, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦଳ ସମ୍ପର୍କରେ କିଛି ପ୍ରସ୍ତାବ ବା ପରାମର୍ଶ ମୁଖିଆଙ୍କୁ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦଳ ପୂର୍ବରୁ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥିବା ବେଳେ ଏବେ ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା। ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ବଢ଼ୁ, ଏସସି,ଏସ୍‌ଟି, ମହିଳାଙ୍କୁ ସଂଖ୍ୟା ଅନୁପାତରେ ବିଜେଡିରେ ସ୍ଥାନ ମିଳୁ ବୋଲି ସେ କହିଛନ୍ତି। ତେଣୁ କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ, ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେଷକ୍ଷପ ନିଆଯାଉ ବୋଲି ସେ ତାଣ୍କ ଚିଠିରେ କହିଛନ୍ତି।

ସେପଟେ ସୋମବାର ବିଭିନ୍ନ ଖବର କାଗଜରେ ରାଜା ସ୍ୱାଇଁଙ୍କର ଏକ ଆଲେଖ୍ୟ ପ୍ରକାଶ ପାଇଛି। ଯେଉଁଥିରେ ସେ ସାମାଜିକ ଫାଟକୁ ଦୂରକରି ଏକ ସୁସ୍ଥ ଓ ଭେଦଭାବହୀନ ସମାଜ ଗଠନ ଆବଶ୍ୟକତା ଉପରେ ବାବା ସାହେବ ଆମ୍ବେଦକରଙ୍କ ବାଣୀକୁ ଜୋର ଦେଇଥିଲେ।

Share