ଆଲିଆଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେବେ ରଣବୀର

ଦୀର୍ଘ ଦିନ ପ୍ରତୀକ୍ଷା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସାରା ଜୀବନ ପାଇଁ ସାଥୀ ହେବାକୁ ଯାଉଛନ୍ତି। ହାତରେ ମେହେନ୍ଦୀ ପିନ୍ଧି ସବ୍ୟସାଚୀଙ୍କ ଲେହେଙ୍ଗାରେ ରଣବୀରଙ୍କ ସ୍ତ୍ରୀ ସାଜିବାକୁ ପ୍ରସ୍ତୁତ ଅଛନ୍ତି ଆଲିଆ। ଆରକେ ଷ୍ଟୁଡିଓରେ ଉଭୟଙ୍କ ବିବାହ ଉତ୍ସବର ଆୟୋଜନ କରାଯାଉଛି। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଆଲିଆ ଏବଂ ରଣବୀର କୌଣସି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁନାହାନ୍ତି। ଏଥିପାଇଁ ନିଜ ଭାବି ସ୍ତ୍ରୀଙ୍କ ପାଇଁ ବିଦେଶରୁ ସ୍ବତନ୍ତ୍ର ଭାବେ ଏକ ଓ୍ବେଡିଂ ବ୍ୟାଣ୍ଡ୍‌ ଆଣିଛନ୍ତି। ଏହି ବ୍ୟାଣ୍ଡରେ ସମୁଦାୟ ୮ଟି ହୀରା ଲାଗିଛି। ରଣବୀରଙ୍କ ପାଇଁ ତାଙ୍କର ଜଣେ ବନ୍ଧୁ ଏହି ବ୍ୟାଣ୍ଡ ଆଣିଛନ୍ତି।
ଆଲିଆ ଏବଂ ରଣବୀର କପୁରଙ୍କ ବିବାହ ରୀତିନୀତି ଏପ୍ରିଲ ୧୩ ଅର୍ଥାତ୍‌ ଆଜିଠୁ ଆରମ୍ଭ ହେବ। ୧୩ରେ ମେହେନ୍ଦୀ , ୧୪ରେ ସଙ୍ଗୀତ ଓ ହଳଦୀ କାର୍ଯ୍ୟକ୍ରମ ଆରକେ ଷ୍ଟୁଡିଓରେ ହିଁ ହେବ। ତେବେ ବିବାହ ତାରିଖ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ରଣବୀରଙ୍କ ମାତା ପିତା ନୀତୁ କପୁର ଏବଂ ରିଷି କପୁରଙ୍କ ବିବାହ ଆରକେ ଷ୍ଟୁଡିଓରେ ହୋଇଥିବାରୁ ଉଭୟ ରଣବୀର- ଆଲିଆ ମଧ୍ୟ ନିଜ ୱେଡିଙ୍ଗ ପାଇଁ ଏହି ସ୍ଥାନ ବାଛିଛନ୍ତି। ବିବାହ ପରେ ଆଲିଆ ଓ ରଣବୀରଙ୍କ ନୂଆ ଠିକଣା ପାଲଟିବ କ୍ରୀଷ୍ଣା ରାଜ ଆପାର୍ଟମେଣ୍ଟ । ଏହାକୁ ମଧ୍ୟ ଆଲୋକମାଳାରେ ସଜାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri