ରାଣାଙ୍କ ଲଣ୍ଡନ ବଙ୍ଗଳା ଜବତ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ଲିମିଟେଡ୍‌ର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ୨ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତ ଉପଯୋଗୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଦେବାରୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ପକ୍ଷରୁ ରାଣାଙ୍କ ଉପରେ ୧କୋଟିର ଜରିମାନା ଲଗାଯାଇଛି। ସେହିଭଳି ରାଣାଙ୍କର ପ୍ରାୟ ୧୨୭ କୋଟିର ଆଲିସାନ ବଙ୍ଗଳାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିବା ଜଣାପଡିଛି। ବର୍ତ୍ତମାନ ୟେସ ବ୍ୟାଙ୍କ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ରାଣାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବ୍ୟାଙ୍କର ବିଭିନ୍ନ ଶେୟାର ସମ୍ପର୍କରେ ତଥ୍ୟ ପ୍ରଘଟ ଘଟଣାକୁ ନେଇ ସେବି ନୋଟିସ କରିଥିଲେ ମଧ୍ୟ ସେ ଉକ୍ତ ନୋଟିସକୁ ହେୟଜ୍ଞାନ କରିଥିଲେ। ଏହି କାରଣରୁ ସେବି ଜରିମାନା ଲଗାଇଛି। ସେହିଭଳି ଅନ୍ୟ ନାମରେ ବେଆଇନ ସମ୍ପତ୍ତି ଠୁଳ ଏବଂ ଅନ୍ୟ ସଂସ୍ଥା ଜରିଆରେ ବିଦେଶରେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିତ୍ବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକସ ଫାଙ୍କିବା ଲାଗି ନୂଆ ଠିକଣା ଖୋଜୁଛନ୍ତି କୋଟିପତି

ନୂଆଦିଲ୍ଲୀ,୧୬-୧୨: ଋଣ ଶୁଝିବାକୁ ସକ୍ଷମ ନ ହେଉଥିବା, ସରକାରୀ ଏଜେନ୍ସିଠାରୁ ବଞ୍ଚିବା ଏବଂ ନିଲାମଠାରୁ ନିଜ ସମ୍ପତ୍ତିକୁ ରକ୍ଷା କରିବା ଲାଗି ଭାରତୀୟ କୋଟିପତିମାନେ ନୂଆ...

ପୋଷ୍ଟ ଅଫିସ୍‌ରେ ହେବ ଆୟକର ରିଟର୍ନ

ଭୁବନେଶ୍ୱର,୧୮।୭: ଦେଶର ସମସ୍ତ କରଦାତାଙ୍କ ପାଇଁ ରିଟର୍ନ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ବର୍ତ୍ତମାନ କରଦାତା ନିକଟରେ ଥିବା ଡାକଘରେ ସେମାନଙ୍କର...

ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ...

ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ...

‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’

ନୂଆଦିଲ୍ଲୀ,୧୩।୯:  ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ...

ପୂର୍ବ ତୁଳନାରେ କାର୍‌ ଉପରେ କମିଛି ଜିଏସ୍‌ଟି; ରୟାଲଟି କମାଇ ଖର୍ଚ୍ଚ କମାନ୍ତୁ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କାର୍‌ ଉପରେ ଯେଉଁ ହାରରେ ଟିକସ ଲାଗୁ ଥିଲା ବର୍ତ୍ତମାନ ତାହା ଅପେକ୍ଷାକୃତ...

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା : ଆୟ ଆଠଣା ଖର୍ଚ୍ଚ ଟଙ୍କାଏ; ପେଟିମ୍‌ର କ୍ଷତି ୪ ହଜାର ୨ଶହ ୧୭ କୋଟି

ନୂଆଦିଲ୍ଲୀ,୧୦।୯: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଏହି ବ୍ୟବସ୍ଥାରେ ଆୟ ଆଠଣା ହେଉଥିବାବେଳେ ଖର୍ଚ୍ଚ ଟଙ୍କାଏ ରହିଥିବା କୁହାଯାଉଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ...

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ...

Advertisement
Archives

Model This Week