ରାଣା କପୁରଙ୍କ ୨୨୦୩ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୯।୭ : ବେଆଇନ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋର୍‌ଦାର କରିଛି। ତାଙ୍କ ବିରୋଧରେ ଇଡି ବେଆଇନ ଅର୍ଥ କାରବାର ନିରୋଧୀ ଆଇନରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ରାଣା କପୁରଙ୍କ ୨୨୦୩ କୋଟିର ସମ୍ପତ୍ତିକୁ ଏହି ଏଜେନ୍ସି ଜବତ କରିଛି। ଏହାବାଦ୍‌ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର କପିଲ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିଭଳି ଇଡି ରାଣା କପୁରଙ୍କ କିଛି ବିଦେଶୀ କମ୍ପାନୀ ଉପରେ ମଧ୍ୟ କଟକଣା ଲଗାଇଛି। ୟେସ୍‌ ବ୍ୟାଙ୍କରୁ ବୃହତ୍‌ ପରିମାଣର ଋଣ ପ୍ରଦାନ ଦ୍ୱାରା କପୁର ଅନୁକମ୍ପା ଲାଭ କରୁଥିବା ଇଡି ଏହାର ଅଭିଯୋଗରେ କହିଛି।
ଏହି ମାମଲାରେ ପ୍ରାୟ ୪,୩୦୦ କୋଟି ଟଙ୍କା ହେରଫେର କରାଯାଇଛି। ପ୍ରଦାନ କରାଯାଇଥିବା ଏହି ଋଣ ପରେ ଏନ୍‌ପିଏ ବୋଲି ଘୋଷଣା କରାଯାଇଥିଲା। କପୁରଙ୍କୁ ଇଡି ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରିଛି। ବର୍ତ୍ତମାନ ତାଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ଜାରି ରହିଛି। ସୂଚନା ମୁତାବକ ଅମୃତା ସେରଗିଲ ମାର୍ଗରେ ଥିବା ବଙ୍ଗଳା ସହ ଲଣ୍ଡନ ଏବଂ ନ୍ୟୁୟର୍କର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି। ଏଗୁଡିକର ମୂଲ୍ୟ ପ୍ରାୟ ୧୨୦୦ କୋଟି ଟଙ୍କା ହେବ। ଉକ୍ତ ମାମଲାରେ ଏହା ପ୍ରଥମ ବିଦେଶୀ ସମ୍ପତ୍ତି ଜବତ। ଏହା ପୂର୍ବରୁ ଉକ୍ତ ଏଜେନ୍ସି ୫୦ କୋଟି ଟଙ୍କାର ସ୍ଥାନୀୟ ସମ୍ପତ୍ତି ଜବତ କରିଥିଲା। ଏହାବାଦ୍‌ ଇଡି ଓ୍ବାଧଓ୍ବାନ ଭ୍ରାତାଙ୍କର ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି। ଭାରତ ଏବଂ ବିଦେଶରେ ସେମାନଙ୍କ ନାମରେ ରହିଥିବା ସମ୍ପତ୍ତି ଏଥିରେ ସାମିଲ ରହିଛି। ସମ୍ପତ୍ତିଗୁଡିକ ପୁଣେ, ଅଷ୍ଟ୍ରେଲିଆ, ନ୍ୟୁୟର୍କ ଏବଂ ଲଣ୍ଡନ ଭଳି ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲଢ଼େଇରେ ପ୍ରତି ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ: ସୁବ୍ରତ ରୟ

ମୁମ୍ବାଇ,୨୦।୪: କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ଲୋଡ଼ା ରହିଛି। କରୋନା ବିରୋଧରେ ଲଢ଼େଇ କେବଳ ସରକାରଙ୍କ କାମ...

୨୫% ଦରମା କାଟିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୧।୫- ଦେଶର ସର୍ବବୃହତ୍‌ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ...

ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ...

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର...

ଟାଟା ସନ୍ସ ମାମଲା ଶୁଣାଣି; ରାୟର ‘ବେଆଇନ ଶବ୍ଦ’ ସଂଶୋଧନ ଲାଗି ଆବେଦନ

ନୂଆଦିଲ୍ଲୀ,୨୪-୧୨: ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲଏଟି) ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ରାୟ ନିକଟରେ ଦେଇଛନ୍ତି। ଏହି ରାୟ ଟାଟା ସନ୍ସର...

ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି

ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର...

୬ଶହ କର୍ମଚାରୀକୁ ଛଟେଇ କଲା ଉବର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୫: ମଙ୍ଗଳବାର ଘରୋଇ ଯାତ୍ରୀ ସେବା ପ୍ରଦାନକାରୀ କମ୍ପାନୀ ଉବର ଇଣ୍ଡିଆ ୨ୟ ଥର ପାଇଁ ପ୍ରାୟ ୬ଶହ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *