Posted inଜାତୀୟ

ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା

ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମାମଲା ବର୍ତ୍ତମାନ ବିଶେଷାଧିକାର ସମିତିକୁ ପଠାଯାଇଛି। ଉଭୟ ଏମପି ପରସ୍ପର ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବା ପାଇଁ ଓମ ବିର୍ଲା ଏହି ମାମଲାକୁ ବିଶେଷାଧିକାର କମିଟିକୁ ଦେଇଛନ୍ତି।
ନିକଟରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଚନ୍ଦ୍ରାୟନ ୩ର ସଫଳତା ସମ୍ପର୍କରେ ଆଲୋଚନାକୁ ନେଇ ଦୁଇ ଏମପିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ସମୟରେ ଭାଜପା ଏମପି ରମେଶ ବିଧୁରୀ ଦାନିସ ଅଲିଙ୍କୁ ଦୁର୍ବ୍ୟବହାର କରିବା ସହ ଅନେକ ଅନୁପଯୁକ୍ତ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳିଥିଲା।
ବିଧୁରୀ ଏପରିକି ଅଲିଙ୍କୁ ସଂସଦରେ ଆତଙ୍କବାଦୀ ବୋଲି କହିଥିଲେ। ଏହି ମନ୍ତବ୍ୟ ପରେ ସମଗ୍ର ବିରୋଧୀ ଭାଜପା ଉପରେ ଆକ୍ରମଣ କରିଥିଲେ।
ରମେଶ ବିଧୁରୀଙ୍କ ମନ୍ତବ୍ୟ ପରେ ବିରୋଧୀ ଏହାକୁ ଘୃଣା ଭାଷଣ ବୋଲି କହିଛନ୍ତି। କଂଗ୍ରେସ ସମେତ ଅନେକ ଦଳ ଏଥିପାଇଁ ବିଧୁରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏଥିସହିତ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାନିସ ଅଲି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ।
ଭାଜପା ଏମପି ନିଶିକାନ୍ତ ଦୁବେ ମଧ୍ୟ ରମେଶ ବିଧୁରୀଙ୍କ ବୟାନକୁ ଭୁଲ ବୋଲି କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦାନିସ ଅଲି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଭୁଲ କଥା କହିଥିଲେ, ଯେଉଁଥିପାଇଁ ବିଧୁରୀ ଆନ୍ଦୋଳନ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ତାଙ୍କ ବୟାନ ସମ୍ପର୍କରେ ବିଧୁରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri