ଷଡ଼ଯନ୍ତ୍ର ବିରୋଧରେ ଖୁଲାସା କଲେ ରାମଦେବ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ପତଞ୍ଜଳିର ସଫଳତାକୁ ସହ୍ୟ ନ କରି ପାରି କିଛି ମିଷ୍ଟଭାଷୀ ଏବଂ କ୍ଷଣ ପ୍ରକୃତିର ସଂସ୍ଥା ଓ ବ୍ୟକ୍ତିବିଶେଷ ପତଞ୍ଜଳି ଆୟୁର୍ବେଦର ଉତ୍ପାଦ ସର୍ମ୍ପକରେ ନାନା ପ୍ରକାରର ଅପପ୍ରଚାର ବିଭିନ୍ନ ପ୍ଲାଟଫର୍ମରେ କରୁଥିବା ପ୍ରତିଷ୍ଠାନର ନଜରକୁ ଆସିଛି। ବିଶେଷକରି ପତଞ୍ଜଳି ଆୟୁର୍ବେଦର ଖାଦ୍ୟ ଓ ଔଷଧୀୟ ଉତ୍ପାଦଗୁଡିକ ସମ୍ପର୍କରେ ମିଥ୍ୟା ସୂଚନା ପ୍ରଚାର କରୁଛନ୍ତି। ଏ ସମ୍ପର୍କରେ ପତଞ୍ଜଳିର ପ୍ରତିଷ୍ଠାତା ଯୋଗଗୁରୁ ସ୍ବାମୀ ରାମଦେବ ନିକଟରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ଅପପ୍ରଚାର ଓ ମିଥ୍ୟା ସୂଚନା ବିଷୟରେ ସରକାରୀ ପ୍ରମାଣ ପତ୍ର ସହ ପ୍ରତିଟି ଉତ୍ପାଦ ଓ ସାମଗ୍ରୀର ଗୁଣବତ୍ତା ସର୍ମ୍ପକରେ ବିସ୍ତୃତ ସୂଚନା ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରଦାନ କରିଥିଲେ।

ଏପରିକି ଗତ ୫୦ ବର୍ଷ ମଧ୍ୟରେ ସ୍ବାମୀ ରାମଦେବ ଏଭଳି କିଛି କାର୍ଯ୍ୟ କରି ନ ଥିବା ବେଳେ ତାଙ୍କର ପ୍ରତିଷ୍ଠା ଓ ମାନସମ୍ମାନରେ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଅନେକ ଲୋକ ଅନେକ ମତ ଦେଉଛନ୍ତି। ହେଲେ ସମାଜର କ୍ଷତି କଲା ଭଳି କୌଣସି କାର୍ଯ୍ୟ ନା ରାମଦେବ ଅଥବା ପତଞ୍ଜଳି ପକ୍ଷରୁ କରାଯାଇଛି ସେ ନେଇ ରାମଦେବ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିପରି ଗତ କିଛି ବର୍ଷ ହେବ ପତଞ୍ଜଳିର ସଫଳତାକୁ ଅନ୍ୟମାନେ ସହ୍ୟ କରୁ ପାରୁନଥିବା ବିଭିନ୍ନ ସୂତ୍ରରୁ ଜଣାପଡିଥିବା ପତଞ୍ଜଳି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସ୍ବାମୀ ରାମଦେବ ଯୋଗ, ଆୟୁର୍ବେଦ, ଭାରତୀୟ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ଅନେକ ବୈପ୍ଳବିକ ପରିବର୍ତ୍ତନ ସହ ଏକ ଆନ୍ଦୋଳନ ମଧ୍ୟ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri