ରାମ୍‌କୋ ସିମେଣ୍ଟ ପକ୍ଷରୁ ‘ରାମ୍‌କୋ ସୌଭାଗ୍ୟ’

ଭୁବନେଶ୍ୱର, ୯।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍‌କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସ୍କିମ ଚଳିତ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି। ଉକ୍ତ ଯୋଜନା ଅଧୀନରେ ଗ୍ରାହକମାନେ ୩୦ବ୍ୟାଗ୍‌ ରାମ୍‌କୋ ସିମେଣ୍ଟ ଭିଜ, ରାମ୍‌କୋ ସୁପରଫାଇନ୍‌ ଇଏଫ୍‌ସି କିମ୍ବା ରାମ୍‌କୋ ସୁପର ଷ୍ଟିଲ୍‌ ଅଥବା ଏକତ୍ର ରାମ୍‌କୋ ସୁପରଫାଇନ୍‌ ଇଏଫ୍‌ସି ଏବଂ ରାମ୍‌କୋ ସୁପର ଷ୍ଟିଲ୍‌ କ୍ରୟ ଉପରେ ଏକ ନିଶ୍ଚିତ ଉପହାର ଦିଆଯାଉଛି। ଏ ସମ୍ପର୍କରେ ରାମ୍‌କୋ ସିମେଣ୍ଟ ଓଡ଼ିଶାର ବିକ୍ରୟ ମୁଖ୍ୟ ପ୍ରତୀକ ରାୟ କହିଛନ୍ତି, ଉକ୍ତ ସ୍କିମ ଲାଗୁ ପରଠାରୁ ଗ୍ରାହକମାନଙ୍କର ବହୁ ଆଗ୍ରହ ଦେଖିବାକୁ ମିଳୁଛି। ଏହି ସ୍କିମ ଚଳିତ ବର୍ଷ ଫେବୃୟାରୀ ୨୮ରେ ଶେଷ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲା ବାରିପଦାର ଗ୍ରାହକ ଭୀମ ଚରଣ ମହାନ୍ତ ନିକଟରେ ଏକ ହୋଣ୍ଡା ଆକ୍ଟିଭା ୬ଜି ଜିତିଛନ୍ତି। ସେ ବାରିପଦାସ୍ଥିତ ରାମ୍‌କୋ ସିମେଣ୍ଟସର ପ୍ରାଧିକୃତ ଡିଲର ଏମ୍‌ଏସ୍‌ ମା ତାରିଣୀ ଟ୍ରେଡର୍ସରୁ ରାମ୍‌କୋ ସୁପର ଷ୍ଟିଲ୍‌ ସିମେଣ୍ଟ କିଣିଥିଲେ। ଏହି ପରିପ୍ରେକ୍ଷୀରେ ରାମ୍‌କୋ ସିମେଣ୍ଟର ଓଡ଼ିଶା ଡେପୁଟି ଜେନେରାଲ ମ୍ୟାନେଜର (ମାର୍କେଟିଂ) ରଞ୍ଜନ ସାହୁ ଏବଂ ରାମ୍‌କୋ ସିମେଣ୍ଟର ବାରିପଦା ସି ଆଣ୍ଡ ଏଫ୍‌ ହୃଷୀକେଶ ମହାପାତ୍ର ମିଳିତ ଭାବେ ବିଜେତା ଭୀମ ଚରଣଙ୍କୁ ହୋଣ୍ଡା ଆକ୍ଟିଭାର ଚାବି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍‌ସିଏଲ୍‌ଟି ନୋଟିସ

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର...

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା...

୪ରେ ବିଏସ୍‌ଇର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ରାମମୂର୍ତ୍ତି

ନୂଆଦିଲ୍ଲୀ,୧।୧: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଲିମିଟେଡ୍‌ ବା ବିଏସ୍‌ଇ ଲିଃ.ର ପରବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ବ୍ୟାଙ୍କର୍ସ ସୁନ୍ଦରରାମନ...

୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ...

ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ...

‘ଗୁଣାତ୍ମକ ସେବା ସହ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୩୦।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ତା’ର ଗ୍ରାହକମାନଙ୍କୁ ଗୁଣାତ୍ମକ ସେବା ସହ ବିକ୍ରି ପରବର୍ତ୍ତୀ ସେବା ପ୍ରାଥମିକତା ଦେଉଥିବା ବେଳେ ସେବା...

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ...

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ...

Advertisement
Archives

Model This Week