Posted inଜାତୀୟ

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର, ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ

ଅଯୋଧ୍ୟା,୨୩।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଆଜିଠାରୁ ରାମଲାଲା ସାଧାରଣ ଭକ୍ତମାନଙ୍କୁ ଦର୍ଶନ ଦେବେ। ସମସ୍ତ ଭକ୍ତଙ୍କ ପାଇଁ ନୂଆ ରାମ ମନ୍ଦିରର ଦ୍ୱାର ଖୋଲିଛି। ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା ପ୍ରତିମା ସହିତ ନୂତନ ପ୍ରତିମା ଦେଖିବାକୁ ସକ୍ଷମ ହେବେ। ଯଦି ଭିଡ଼ ବଢେ, ତେବେ ରାମ ଜନକମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦର୍ଶନର ଅବଧି ବଢାଇବ।

ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମଲାଲାଙ୍କ ଦର୍ଶନ ୨୦ଜାନୁଆରୀ ସକାଳରୁ ବନ୍ଦ ହୋଇଯାଇଥିଲା। ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବା ଲକ୍ଷ୍ୟରେ ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲାଲାଙ୍କ ମୂର୍ତ୍ତିକୁ ନୂଆ ମନ୍ଦିରରେ ସ୍ଥାପନ କରିବା ପାଇଁ ପୁରୋହିତମାନଙ୍କୁ ଦେଇଥିଲେ। ନୂତନ ପ୍ରତିମା ସ୍ଥାପନ ପରେ ରାମ ମନ୍ଦିରରେ ଥିବା ଉଭୟ ମୂର୍ତ୍ତିର ଦର୍ଶନ ମଙ୍ଗଳବାର ଠାରୁ ସମସ୍ତ ଭକ୍ତଙ୍କ ନିକଟରେ ଉପଲବ୍ଧ ହେବ।
ଦର୍ଶନ ସକାଳ ୭ଟାରୁ ଆରମ୍ଭ ହେବ। ପ୍ରଥମ ସିଫ୍ଟରେ ସକାଳ ୧୧ଟା ୩୦ପର୍ଯ୍ୟନ୍ତ ଦର୍ଶନ ସମ୍ଭବ ହେବ। ଏହା ପରେ, ଦ୍ୱିତୀୟ ସିଫ୍ଟ ପାଇଁ ସମୟ ଅପରାହ୍ନ ୨ ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଯଦି ଭକ୍ତଙ୍କ ଭିଡ ବଢିଯାଏ ତେବେ ଦର୍ଶନର ଅବଧି ବଢିବ । ଏହି ସମୟରେ, ସୋମବାର ମଧ୍ୟ ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରିନଥିଲେ। ପ୍ରାଣ ପ୍ରତିଷ୍ଠା ସମାରୋହ ପରେ କେବଳ ସ୍ବତନ୍ତ୍ର ଅତିଥିମାନଙ୍କୁ ଦର୍ଶନ ସୁବିଧା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri