Posted inଜାତୀୟ

ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଅଯୋଧ୍ୟାରେ ଭିଡ, ବଦଳିଲା ଦର୍ଶନ ସମୟ, ଏବେ ଏହି ସମୟରେ କରିପାରିବେ ଦର୍ଶନ

ଅଯୋଧ୍ୟା,୨୭।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଞ୍ଚ ଦିନ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳେ ଅଯୋଧ୍ୟାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଥଣ୍ଡା ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତ ଏଠାରେ ପହଞ୍ଚୁଛନ୍ତି। ପ୍ରଶାସନ ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ରାମଲାଲାଙ୍କ ଦର୍ଶନ କରାଉଛନ୍ତି। ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦ୍‌ଘାଟନ ପରଠାରୁ ରାମଲାଲାଙ୍କୁ ଦେଖିବା ପାଇଁ ଆସୁଥିବା ଭକ୍ତଙ୍କ ସଂଖ୍ୟା ହ୍ରାସ ପାଉନାହିଁ।

ଏଥି ସହିତ, ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ଶ୍ରୀରାମ ଜନ୍ମଭୂମ ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଭୁ ରାମଙ୍କ ଦର୍ଶନ ଏବଂ ଆରତୀର ସମୟ ବଦଳାଇ ଦେଇଛନ୍ତି, ଯାହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ସହଜରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ। ବିଶ୍ୱ ହିନ୍ଦୁ ପରିଷଦର ଗଣମାଧ୍ୟମ ଦାୟିତ୍ୱରେ ଥିବା ଶରଦ ଶର୍ମାଙ୍କ ଅନୁଯାୟୀ, ରାମଲାଲାଙ୍କ ମଙ୍ଗଳ ଆରତୀ ସକାଳ ୪.୩୦ ରେ ଏବଂ ଶୃଙ୍ଗାର ଆରତୀ ସକାଳ ୬.୩୦ରେ ଅନୁଷ୍ଠିତ ହେବ। ଏହା ପରେ ଭକ୍ତଙ୍କ ଦର୍ଶନ ସକାଳ ସାତଟାରୁ ଆରମ୍ଭ ହେବ। ସେ କହିଛନ୍ତି , ଭୋଗ ଆରତୀ ମଧ୍ୟାହ୍ନ ୧୨ଟା, ସା ଆରତୀ ସା ୭.୩୦ରେ ଏବଂ ରାତ୍ରୀ ଭୋଗ ୯ ଟା ସମୟରେ ଆୟୋଜିତ ହେବ । ପ୍ରଭୁଙ୍କର ଶୟନ ଆରତୀ ରାତି ୧୦ଟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri