ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପର୍ବପର୍ବାଣୀମାନଙ୍କରେ ଗ୍ରହମାନଙ୍କର ସ୍ବତନ୍ତ୍ର ସଂଯୋଗ ସୃଷ୍ଟି ହୂଏ। ଏହାର ପ୍ରଭାବ ମନୁଷ୍ୟ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ରାଖୀପୂର୍ଣ୍ଣିମାରେ ୨୯୭ ବର୍ଷ ପରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଚଳିତ ବର୍ଷ ସୂର୍ଯ୍ୟ କର୍କଟ ରାଶିରେ, ଚନ୍ଦ୍ର ମକର ରାଶିରେ, ମଙ୍ଗଳ କନ୍ୟା ରାଶି, ବୁଧ କର୍କଟରେ, ଗୁରୁ ଏବଂ ଶୁକ୍ର ମିଥୁନରେ, ରାହୁ କୁମ୍ଭ ରାଶି, କେତୁ ସିଂହ ରାଶିରେ ରହିବେ। ଏଭଳି ସଂଯୋଗ ୧୭୨୮ରେ ହୋଇଥିଲା। ତେବେ ଏହି ସଂଯୋଗ ଫଳରେ କିଛି ରାଶିର ଭାଗ୍ୟ ଚମକିବ। ସେମାନଙ୍କ ଆୟ ବୃଦ୍ଧି ସହ ଚାକିରିରେ ପଦୋନ୍ନତି ହୋଇପାରେ। ଆସନ୍ତୁ ଜାଣିବା…
ମକର ରାଶି:
ଏହି ରାଶି ପାଇଁ ୬ ଗ୍ରହର ଦୁର୍ଲଭ ସଂଯୋଗ ଲାଭପ୍ରଦ ରହିବ। ଏହି ସମୟରେ ଆକସ୍ମିକ ଧନଲାଭ ହୋଇପାରେ। ଏଥିସହ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବ। ନିବେଶରୁ ଲାଭ ମିଳିବା ସହ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ସେହିଭଳି ଚାକିରି କ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢ଼ିବାର ସମ୍ଭାବନା ରହିଛି। ଆଇନଗତ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ। ଧନ ସଞ୍ଚୟ କରିବାରେ ସଫଳ ହେବେ।
କୁମ୍ଭ ରାଶି: ୬ ଗ୍ରହଙ୍କ ଦୁର୍ଲଭ ସଂଯୋଗ କୁମ୍ଭ ରାଶିର ଜାତକଧାରୀଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ। ଏହି ସମୟରେ ଶୁଭ ସମାଚାର ମିଳିପାରେ। ଯାନବାହନ ନଚେତ ଜମି କିଣିପାରନ୍ତି। ଚାକିରିରେ ନୂଆ ସୁଯୋଗ ମିଳିପାରେ। ବିଦେଶ ଯାତ୍ରା ଆପଣଙ୍କ ପାଇଁ ଳାଭଦାୟକ ସାବ୍ୟସ୍ତ ହୋଇପାରେ। ଚାକିରି କ୍ଷେତ୍ରରେ ମାନସମ୍ମାନ ମିଳିବ। ପ୍ରମୋଶନ ଅବସର ପ୍ରାପ୍ତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ତୁଳା ରାଶି:
ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସଂଯୋଗ ଲାଭଦାୟକ ହେବ। ଏହି ସମୟରେ ଆପଣଙ୍କ ଅଟକିଥିବା କାମ ସମାପ୍ତ ହେବ। ଫସିରହିଥିବା ଟଙ୍କା ଫେରସ୍ତ ପାଇବେ। ବେରୋଜଗାର ଥିଲେ ଚାକିରି ମିଳିବ। ବ୍ୟବସାୟୀମାନଙ୍କୁ ନୂଆ ସୁଯୋଗ ମିଳିପାରେ, ଫଳରେ ଧନଲାଭ ହୋଇପାରେ।ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ପାଠପଢ଼ାରେ ସଫଳତା ଏବଂ ନୂଆ କୌଶଳ ଶିଖିବା ଲାଗି ଅନୁକୂଳ ରହିବ।


