ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ
ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ରାକେଶ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଅଂଶ ଗ୍ରହଣ କରି ଗୌରବ ଆଣିଥିଲେ। ତାଙ୍କୁ ତାଙ୍କର ଅନ୍ୟ ସାଥୀମାନେ କଲେଜ ମୁଖ୍ୟ ଫାଟକରୁ ବାଣ ଫୁଟାଇ, ବାଜା ବଜାଇ ଏକ ଶୋଭାଯାତ୍ରାରେ ଆଣିଥିଲେ।
ପରେ ଅଧକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଆର୍ମି ୱିଁଂ ସିଟିଓ ଅର୍ପଣ ପ୍ରଧାନ, ଡ. ରବିନ୍ଦ୍ର କୁମାର ମିଶ୍ର, ବିଭୂତି ଗୌଡ ପ୍ରମୁଖ ରାକେଶଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଏହି ମହାବିଦ୍ୟାଳୟର କ୍ୟାଡେଟ ମାନେ ଆରଡିସି ପରେଡରେ ଭାଗ ନେବାର ସୁଯୋଗ ପାଉଛନ୍ତି। କ୍ୟାଡେଟ ମାନଙ୍କକଠିନ ପରିଶ୍ରମ ଏବଂ ଦାୟିତ୍ୱରେ ରହୁଥିବା ଅଧିକାରୀ ମାନଙ୍କ ପ୍ରଚେଷ୍ଟା ଯୋଗୁ ଏହି ସଫଳତା ମିଳୁଛି।
Dharitri – Odisha’s No.1 Odia Daily