ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ରିମାଣ୍ଡର ପ୍ରଥମ ଦିନରୁ ପୋଲିସ ଜୋରଦାର ଜେରା ଆରମ୍ଭ କରିଛି। ମଧ୍ୟାହ୍ନରେ ପୋଲିସ ରାକେଶଙ୍କୁ ଝରାଫୁଲଙ୍କ ମୃତଦେହ ପକାଇଥିବା ମୂଳାପାଳ ଛକ ଦିଆଲଖରି ରାସ୍ତାକୁ ନେଇ ପଚରାଉଚୁରା କରିଛି। କିଭଳି ମୃତଦେହ ଫୋପାଡ଼ିଥିଲେ ତାହାର ଡେମୋ ରାକେଶ ଦେଖାଇଥିଲେ। ଝରାଫୁଲଙ୍କ ମୋବାଇଲକୁ ଏକ ବାଦାମ କିଆରିକୁ ଫୋପାଡ଼ି ଦେଇଥିବା ରାକେଶ ପୋଲିସକୁ କହିଛନ୍ତି। ଘଟଣାସ୍ଥଳଠାରୁ ୧୦୦ ମିଟର ପୂର୍ବରୁ ମୋବାଇଲ ପକାଯାଇଥିବା ସୂଚନା ମିଳିବା ପରେ ପୋଲିସ ତାକୁ ଖୋଜିବା ଆରମ୍ଭ କରିଛି।
ପୋଲିସ ଡାକରା ପାଇ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଓ ବଡ଼ଭାଇ ପୂର୍ବାହ୍ନ ସାଢ଼େ ୧୧ଟାରେ କୁଆଖିଆ ଥାନାରେ ପହଞ୍ଚତ୍ଥିଲେ। ଦିନ ତମାମ ସେମାନଙ୍କୁ ମଧ୍ୟ ଜେରା କରାଯାଇଥିଲା। ସନ୍ଧ୍ୟାରେ ସେମାନେ ଘରକୁ ଫେରିଛନ୍ତି। ଝରାଫୁଲଙ୍କ ବଡ଼ଭାଇ ବ୍ୟବହାର କରୁଥିବା ମୋବାଇଲକୁ ପୋଲିସ ନିଜ ହେପାଜତକୁ ନେଇଛି। ସେହି ମୋବାଇଲରେ ପରିବାର ଲୋକେ ଝରାଫୁଲ ସହିତ କେତେଥର କଥା ହୋଇଛନ୍ତି ଏବଂ କ’ଣ କଥା ହୋଇଛନ୍ତି, କେଉଁ ସମୟରେ କେତେଥର ମେସେଜ୍‌ ଦିଆଯାଇଛି, ତାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଝରାଫୁଲ ମୋବାଇଲରୁ ମେସେଜ୍‌ ଦେବା ସମୟରେ ସେ ଜୀବତ ଥିଲେ, ନା ନିଜ ଦୋଷ ଲୁଚାଇବା ପାଇଁ ରାକେଶ ତାଙ୍କ ମୋବାଇଲ ବ୍ୟବହାର କରୁଥିଲେ ସେ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହିଁ। ଏ ସମ୍ପର୍କରେ ତର୍ଜମା କରିବା ପାଇଁ ଝରାଫୁଲଙ୍କ ବଡ଼ଭାଇଙ୍କ ମୋବାଇଲକୁ ରଖାଯାଇଛି ବୋଲି ପୋଲିସ କହିଛି। ଅନ୍ୟପକ୍ଷେ ଭୁବନେଶ୍ୱର ଶିବ ସାହି ଗେଷ୍ଟ ହାଉସର ୨ କର୍ମଚାରୀଙ୍କୁ କୁଆଖିଆ ପୋଲିସ ଡାକି ଜେରା କରିଛି। ରାକେଶ ପୋଲିସ ସମ୍ମୁଖରେ କୌଣସି ସତ କହି ନ ଥିବା ଝରାଫୁଲଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ଯେଉଁଦିନ ଡାକିବ, ଆମେ ଥାନାକୁ ଆସିବୁ ବୋଲି ରମାକାନ୍ତ କହିଛନ୍ତି। ରାକେଶଙ୍କ ସହଯୋଗୀଙ୍କୁ ଗିରଫ କରିଛି ନା ନାହିଁ ଓ ମୃତଦେହ ନେବା ପାଇଁ ବ୍ୟବହୃତ ସ୍କୁଟିକୁ ଜବତ କରାଯାଇଛି ନାହିଁ ସେ ସମ୍ପର୍କରେ ପୋଲିସଠାରୁ କୌଣସି ସୂଚନା ମିଳିପାରିନାହିଁ। ତଦନ୍ତ ଅଧିକାରୀ ଚିନ୍ମୟ କୁମାର ନାୟକ କହିଛନ୍ତି, ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଏହି ଘଟଣାର ପର୍ଦ୍ଦାଫାଶ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri