ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ରିମାଣ୍ଡର ପ୍ରଥମ ଦିନରୁ ପୋଲିସ ଜୋରଦାର ଜେରା ଆରମ୍ଭ କରିଛି। ମଧ୍ୟାହ୍ନରେ ପୋଲିସ ରାକେଶଙ୍କୁ ଝରାଫୁଲଙ୍କ ମୃତଦେହ ପକାଇଥିବା ମୂଳାପାଳ ଛକ ଦିଆଲଖରି ରାସ୍ତାକୁ ନେଇ ପଚରାଉଚୁରା କରିଛି। କିଭଳି ମୃତଦେହ ଫୋପାଡ଼ିଥିଲେ ତାହାର ଡେମୋ ରାକେଶ ଦେଖାଇଥିଲେ। ଝରାଫୁଲଙ୍କ ମୋବାଇଲକୁ ଏକ ବାଦାମ କିଆରିକୁ ଫୋପାଡ଼ି ଦେଇଥିବା ରାକେଶ ପୋଲିସକୁ କହିଛନ୍ତି। ଘଟଣାସ୍ଥଳଠାରୁ ୧୦୦ ମିଟର ପୂର୍ବରୁ ମୋବାଇଲ ପକାଯାଇଥିବା ସୂଚନା ମିଳିବା ପରେ ପୋଲିସ ତାକୁ ଖୋଜିବା ଆରମ୍ଭ କରିଛି।
ପୋଲିସ ଡାକରା ପାଇ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଓ ବଡ଼ଭାଇ ପୂର୍ବାହ୍ନ ସାଢ଼େ ୧୧ଟାରେ କୁଆଖିଆ ଥାନାରେ ପହଞ୍ଚତ୍ଥିଲେ। ଦିନ ତମାମ ସେମାନଙ୍କୁ ମଧ୍ୟ ଜେରା କରାଯାଇଥିଲା। ସନ୍ଧ୍ୟାରେ ସେମାନେ ଘରକୁ ଫେରିଛନ୍ତି। ଝରାଫୁଲଙ୍କ ବଡ଼ଭାଇ ବ୍ୟବହାର କରୁଥିବା ମୋବାଇଲକୁ ପୋଲିସ ନିଜ ହେପାଜତକୁ ନେଇଛି। ସେହି ମୋବାଇଲରେ ପରିବାର ଲୋକେ ଝରାଫୁଲ ସହିତ କେତେଥର କଥା ହୋଇଛନ୍ତି ଏବଂ କ’ଣ କଥା ହୋଇଛନ୍ତି, କେଉଁ ସମୟରେ କେତେଥର ମେସେଜ୍‌ ଦିଆଯାଇଛି, ତାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଝରାଫୁଲ ମୋବାଇଲରୁ ମେସେଜ୍‌ ଦେବା ସମୟରେ ସେ ଜୀବତ ଥିଲେ, ନା ନିଜ ଦୋଷ ଲୁଚାଇବା ପାଇଁ ରାକେଶ ତାଙ୍କ ମୋବାଇଲ ବ୍ୟବହାର କରୁଥିଲେ ସେ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହିଁ। ଏ ସମ୍ପର୍କରେ ତର୍ଜମା କରିବା ପାଇଁ ଝରାଫୁଲଙ୍କ ବଡ଼ଭାଇଙ୍କ ମୋବାଇଲକୁ ରଖାଯାଇଛି ବୋଲି ପୋଲିସ କହିଛି। ଅନ୍ୟପକ୍ଷେ ଭୁବନେଶ୍ୱର ଶିବ ସାହି ଗେଷ୍ଟ ହାଉସର ୨ କର୍ମଚାରୀଙ୍କୁ କୁଆଖିଆ ପୋଲିସ ଡାକି ଜେରା କରିଛି। ରାକେଶ ପୋଲିସ ସମ୍ମୁଖରେ କୌଣସି ସତ କହି ନ ଥିବା ଝରାଫୁଲଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ଯେଉଁଦିନ ଡାକିବ, ଆମେ ଥାନାକୁ ଆସିବୁ ବୋଲି ରମାକାନ୍ତ କହିଛନ୍ତି। ରାକେଶଙ୍କ ସହଯୋଗୀଙ୍କୁ ଗିରଫ କରିଛି ନା ନାହିଁ ଓ ମୃତଦେହ ନେବା ପାଇଁ ବ୍ୟବହୃତ ସ୍କୁଟିକୁ ଜବତ କରାଯାଇଛି ନାହିଁ ସେ ସମ୍ପର୍କରେ ପୋଲିସଠାରୁ କୌଣସି ସୂଚନା ମିଳିପାରିନାହିଁ। ତଦନ୍ତ ଅଧିକାରୀ ଚିନ୍ମୟ କୁମାର ନାୟକ କହିଛନ୍ତି, ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଏହି ଘଟଣାର ପର୍ଦ୍ଦାଫାଶ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri