୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ ହେବାର ନାହିଁ। ହେଲେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା ସେଥିରେ ଏକ ନୂଆ ଅଙ୍କ ଦେଖିବାକୁ ମିଳିଛି। ସିଧାସଳଖ ବିରୋଧୀଙ୍କ ଭୋଟ ଭାଙ୍ଗିବାକୁ ଚେଷ୍ଟା ନ କରି ରାଜ୍ୟର ଶାସକ ଭାଜପା ଏକ ନୂଆ ରାଜନୈତିକ ତତ୍ତ୍ୱ ସୃଷ୍ଟି କରିଛି। ଶାସକ ଦଳର ବରିଷ୍ଠ ନେତା ତଥା ଗତ ବିଧାନସଭା ନିର୍ବାଚନରେ ରାଉରକେଲା ଆସନରୁ ପ୍ରାର୍ଥୀ ପରାଜିତ ହୋଇଥିବା ବ୍ୟବସାୟୀ ଦିଲୀପ ରାୟଙ୍କୁ ସମର୍ଥନ କରିବ ବୋଲି ଭାଜପା ଜଣାଇଛି। ଭାଜପା ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ନୀତିଗତ ଭାବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ଏମପି ଥିବା ସୁଜିତ କୁମାରଙ୍କୁ ୨ଟି ଆସନ ପାଇଁ ରାଜ୍ୟ ସଭା ଟିକେଟ ଦେଇଛି। କିନ୍ତୁ ୩ୟ ଆସନ ପାଇଁ ଭାଜପା ନୀତିଗତ ଭାବେ ପ୍ରାର୍ଥୀ ଘୋଷଣା କଲାନାହିଁ। ୨ ପ୍ରାର୍ଥୀଙ୍କ ନାମ ଘୋଷଣାର କିଛି କ୍ଷଣିକ ପରେ ନାଟକୀୟ ଢଙ୍ଗରେ ଦିଲୀପ ରାଜ୍ୟ ସଭା ପାଇଁ ଲଢିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଲେ। ଏହି ସମୟରେ ସେ ଆହୁରି କହିଲେ ଭାଜପାର ସବୁ ବିଧାୟକମାନେ ତାଙ୍କୁ ସମର୍ଥନ ଦେବେ।

ଏକଥାକୁ ପରଖିବା ଲାଗି ଗଣମାଧ୍ୟମ ଯେତେବେଳେ ମନମୋହନଙ୍କ ମତାମତ ଲୋଡିଲା ସେ ମଧ୍ୟ ଦିଲୀପଙ୍କ ପ୍ରାର୍ଥୀତ୍ୱକୁ ଦଳ ସମର୍ଥନ କରିବ ବୋଲି ସ୍ପଷ୍ଟ ସୂଚନା ଦେଲେ। ଅର୍ଥାତ ଭାଜପା ନେତା ସ୍ୱାଧୀନ ଲଢିବେ। ଅନ୍ୟପଟେ ଭାଜପା ୩ଜଣ ପ୍ରାର୍ଥୀ ଦେବ ବୋଲି ଯାହା ପୂର୍ୱରୁ କହିଥିଲା, ସେକଥା ସତ୍ୟ ହେଲା। ଏହା ସହିତ ରାଜ୍ୟ ସଭାକୁ ନେଇ ଯେଉଁ ଘୋଡା ବେପାର ହେବ ବୋଲି ଆକଳନ କରାଯାଉଥିଲା ସେକଥା ନିଶ୍ଚେ ଘଟିବ ବୋଲି ଏବେଠାରୁ କୁହାଯାଇପାରେ।

ରାଜ୍ୟ ସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହେବାକୁ ଜଣଙ୍କୁ ୩୦ଖଣ୍ଡ ଭୋଟର ଆବଶ୍ୟକତା ପଡିବ। ସଂଖ୍ୟାଦୃଷ୍ଟିରୁ ୨ଟି ଆସନରେ ଭାଜପା ଏବଂ ଗୋଟିଏ ଆସନରେ ବିଜେଡି ଜିତିବା ଏକପ୍ରକାର ନିଶ୍ଚିତ। ଏଠାରେ ଉଲ୍ଲେଖଯୋଗ୍ୟ, ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହିତ ବିଧାନସଭାରେ ଭାଜପା ସଂଖ୍ୟା ଏବେ ୮୨ ଅଛି। ବିଜେଡି ସଂଖ୍ୟା ୪୮, କଂଗ୍ରେସ ୧୪ ଏବଂ ସିପିଆଇ(ଏମ)ର ଜଣେ ବିଧାୟକ ଅଛନ୍ତି। ବିଜେଡି ପକ୍ଷରୁ କମନ ପ୍ରାର୍ଥୀ ଭାବେ ଡ. ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ବିଧାୟକମାନଙ୍କୁ ନେଇ ସୋମବାର ଏକ ଘରୋଇ ହୋଟେଲ ଠାରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଦତ୍ତେଶ୍ୱର ହେତା ଉପସ୍ଥିତ ଥିଲେ। କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ସେଠାରେ ବିଧାୟକ ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋଶ ଉପସ୍ଥିତ ନ ଥିଲେ। ବୈଠକ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଜରିଆରେ ସୋଫିଆଙ୍କୁ ଯୋଗାଯୋଗ କରାଯାଇଥିଲା। ପୂର୍ୱ ନିର୍ଦ୍ଦାରିତ କାଯ୍ୟକ୍ରମ ପାଇଁ ସୋଫିଆ ଆସିପାରି ନ ଥିବାବେଳେ କଂଗ୍ରେସ ସମଥିତ ପ୍ରାର୍ଥୀଙ୍କୁ ଭୋଟ ଦେବେବୋଲି ନିଶ୍ଚିତ କରିଥିବା କାଡାମ କହିଥିଲେ। ବୈଠକର କିଛି ସମୟ ପରେ ରମେଶ ଜେନା ମଧ୍ୟ କାଡାମଙ୍କ  ପାଖରେ ପହଞ୍ଚି ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟଦେବେ ବୋଲି କହିଥିବା ଜଣାପଡିଛି।

ଏହାକୁ ଦେଖିଲେ, ସଂଖ୍ୟା ଦୃଷ୍ଟିରୁ ୪ର୍ଥ ରାଜ୍ୟ ସଭା ଆସନ ପାଇଁ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ) ପାଖରେ ୩୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ରହିଛି। ଭାଜପା ସମର୍ଥୀତ ଦିଲୀପଙ୍କୁ ଶାସକ ଦଳ ପକ୍ଷରୁ ବଳକା ୨୨ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିବ। ବିଜେଡିରୁ ନିଲମ୍ୱିତ ହୋଇଥିବା ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ର ଏବେ ବିଧାନସଭାରେ ସ୍ୱାଧୀନ ଭାବେ ଅଛନ୍ତି। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାଙ୍ଗରେ ଦିଲୀପଙ୍କ ଘନିଷ୍ଠତା କଥା ପ୍ରାୟ ସମସ୍ତଙ୍କୁ ଜଣାଅଛି। ତେଣୁ ବିଜୟଙ୍କ ପୁଅ ଅରବିନ୍ଦଙ୍କ ଭୋଟ ଦିଲୀପଙ୍କ ସପକ୍ଷରେ ଯିବ। ବିଜେଡିରୁ ବିଦା ହୋଇଥିବା ସନାତନ ମହାକୁଡ ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ବିରୋଧ କରିବାର କୌଣସି କାରଣ ଦେଖାଯାଉନାହିଁ। ସନାତନ ଓ ଅରବିନ୍ଦଙ୍କ ଭୋଟକୁ ମିଶାଗଲେ ଦିଲୀପଙ୍କୁ ୨୪ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିବ। ଯଦି ବିରୋଧୀଙ୍କ ସପକ୍ଷରେ ମହାକୁଡଙ୍କ ଭୋଟ ଯିବ ଓଡ଼ିଶାରେ ଏକ ଭିନ୍ନ ରାଜନୈତିକ ଚିତ୍ର ଗଢି ଉଠିବାର ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼ରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ନାକେଦମ ହେଲାଣି…

ନୀଳଗିରି,୩।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ସର୍ଣ୍ଣଚୁଡ଼ ପାହାଡ଼ରେ  ନିଆଁଲାଗି ଅନେକ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri