Rajya Sabha Elections 2024: ରାଜ୍ୟ ସଭା ଏମପିଙ୍କୁ ମିଳେ ଏତେ ଦରମା, ସେମାନଙ୍କ ପାଇଁ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ,୨୮।୨: ରାଜ୍ୟ ସଭା ପାଇଁ ୧୫ ଟି ରାଜ୍ୟେରେ ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲରେ, ସମସ୍ତ ରାଜ୍ୟରେ ସମୁଦାୟ ୫୬ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାରଣରୁ ଫେବୃଆରୀରୁ ନିର୍ବାଚନ ଆରମ୍ଭ ହୋଇଛି। ମଙ୍ଗଳବାର କର୍ନାଟକ, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭା ଏମପିଙ୍କ ନିର୍ବାଚନ ଲୋକସଭା ଏମପିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସଂସଦର ଉଚ୍ଚ ଗୃହ କୁହାଯାଉଥିବା ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ୬ବର୍ଷ ହୋଇଥାଏ। ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ସଂସଦର ସ୍ଥାୟୀ ଗୃହ ହୋଇଥିବା କାରଣରୁ ରାଜ୍ୟ ସଭାକୁ କେବେ ବି ଭଙ୍ଗ କରାଯାଇ ପାରିବ ନାହିଁ। ଏସବୁ ବ୍ୟତୀତ ସେମାନଙ୍କର କାର୍ଯ୍ୟକାଳ ଏବଂ ସୁବିଧା ମଧ୍ୟ ଭିନ୍ନ ଅଟେ। ତେବେ ରାଜ୍ୟ ସଭା ଏମପିଙ୍କ ଦରମା, କାର୍ଯ୍ୟକାଳ ଏବଂ ସେମାନେ କ’ଣ କ’ଣ ସୁବିଧା ପାଆନ୍ତି ଆସନ୍ତୁ ଜାଣିବା।

ଲୋକ ସଭା ଏମପିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବାବେଳେ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ୬ବର୍ଷ ହୋଇଥାଏ। ଲୋକ ସଭା ଏମପିଙ୍କୁ ଜନତା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରୁଥିବାବେଳେ ରାଜ୍ୟ ସଭା ଏମପିମାନେ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ରାଜ୍ୟରେ ବିଧାୟକଙ୍କ ସଂଖ୍ୟା ଏବଂ ଖାଲିଥିବା ରାଜ୍ୟସଭା ଆସନକୁ ଆଧାର କରି ରାଜ୍ୟ ସଭା ଏମପି ପ୍ରାର୍ଥୀ କେତେ ସିଟରେ ଜିତିବେ ତାହା ସ୍ଥିର ହୋଇଥାଏ।
ରାଜ୍ୟ ସଭା ଏମପିଙ୍କ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ମିଳିଥାଏ। ଏଥିମଧ୍ୟରୁ ୨୦ ହଜାର ଟଙ୍କା ଅଫିସ ଖର୍ଚ୍ଚ ପାଇଁ ମିଳିଥାଏ। କିନ୍ତୁ ମୂଳ ଦରମା ହେଉଛି ୧ ଲକ୍ଷ ୯୦ ହଜାର ଟଙ୍କା। ଏହି ଟଙ୍କାରେ ସେମାନଙ୍କର ସମସ୍ତ ଭତ୍ତା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ।
ରାଜ୍ୟ ସଭା ଏମପିମାନେ ପ୍ରତିମାସରେ କେବଳ ୧୬ହଜାର ଟଙ୍କା ଦରମା ପାଇଥା’ନ୍ତି। କିନ୍ତୁ ଯେଉଁଦିନ ସଂସଦରେ ଗୃହ ଚାଲିଥାଏ ସେମାନଙ୍କୁ ଦିନକ ପିଛା ୧୦୦୦ଟଙ୍କା ମିଳିିଥାଏ। ଏହା ବ୍ୟତୀତ ୨୦ ହଜାର ଟଙ୍କା ସାମ୍ବିଧାନିକ ଭତ୍ତା, ୨୦ହଜାର ଟଙ୍କା ଅଫିସ ଭତ୍ତା ମିଳିଥାଏ। କିଲୋମିଟର ପିଛା ୩୪ ଟଙ୍କା ଯାତ୍ରା ଭତ୍ତା ମଧ୍ୟ ମିଳିଥାଏ। ଏଥିସହ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ମିଳିଥାଏ। ଏହିସବୁ ମିଶି ତାଙ୍କର ମୋଟ ଦରମା ଲକ୍ଷେ ଉପରେ ପହଞ୍ଚି ଯାଇଥାଏ।

ରାଜ୍ୟ ସଭା ଏମପିଙ୍କୁ ଟ୍ରେନରେ ଯାତ୍ରା ପାଇଁ ପ୍ରତି ମାସରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି ପାସ ମଧ୍ୟ ମିଳିଥାଏ। ବିମାନ ଯାତ୍ରା ସମୟରେ ସେମାନେ କେବଳ ୨୫ ପ୍ରତିଶତ ଭଡା ଦେଇଥା’ନ୍ତି। ସବୁଠାରୁ ବଡକଥା ହେଉଛି, ଏହି ଏମପିମାନେ ପ୍ରତିବର୍ଷ, ଜଣେ ବ୍ୟକ୍ତିଙ୍କ ସହିତ ମାଗଣାରେ ୩୪ଟି ବିମାନ ଯାତ୍ରା କରିପାରିବାର ସୁବିଧା ପାଇଛନ୍ତି। ଏହା ବ୍ୟତୀତ, ସେମାନଙ୍କର କୌଣସି ସମ୍ପର୍କୀୟ ଗୋଟିଏ ବର୍ଷରେ ଆଠଟି ବିମାନ ଯାତ୍ରା ମାଗଣାରେ ମଧ୍ୟ କରିପାରିବାର ସୁବିଧା ରହିଛି।

ରାଜ୍ୟ ସଭା ଏମପିଙ୍କୁ ସରକାରଙ୍କ ପକ୍ଷରୁ ଦୁଇଟି ମୋବାଇଲ ମିଳିଛି। ଏହି ଫୋନ୍‌ ମାଧ୍ୟମରେ ସେମାନେ ପ୍ରତିବର୍ଷ ୫୦ହଜାର ଲୋକାଲ କଲ କରିପାରିବେ। ସବୁ ଏମପିଙ୍କ ପାଇଁ ଏହି ମୋବାଇଲେରେ ଫ୍ରି ଇଣ୍ଟନେଟ୍‌ ସେବା ମଧ୍ୟ ରହିଛି। ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବର୍ଷସାରା ବହନ କରୁଛନ୍ତି। ରାଜ୍ୟ ସଭା ଏମପିମାନେ ରହିବାକୁ ସରକାରୀ ଆବାସ ପାଇଛନ୍ତି। ଏହାର ଭଡା ମଧ୍ୟ ସରକାରଙ୍କଠାରୁ ପ୍ରାପ୍ତ ଭତ୍ତାରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତିବର୍ଷ ସେମାନଙ୍କୁ ୪ହଜାର କିଲୋ ଲିଟର ପାଣି, ୫୦ ହଜାର ୟୁନିଟ ବିଦ୍ୟୁତ, ଆସବାବପତ୍ର, ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ମାଗଣାରେ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri