ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି।

ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାରି ମଧ୍ୟରେ ବଡ ମନ୍ତବ୍ୟ ଦେଇଥିଲେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ।  ଗଣାମଧ୍ୟର ପ୍ରତିନିଧି ମାନଙ୍କ ସହିତ କଥା ହୋଇ ସେ କହିଥିଲେ, ”ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଆମେଣ୍ଟ କମିଟି ଶେଷ ନିଷ୍ପତ୍ତି ନେବେ। ବିଜେଡିକୁ ରାଜ୍ୟବାସୀ ଲମ୍ବା ସମୟ ଧରି ଆଶୀର୍ବାଦ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଲୋକେ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଛନ୍ତି।” ତେବେ ବିଧାୟକ ସଂଖ୍ୟା ଦେଖିଲେ ଭାଜପାର ପ୍ରାର୍ଥୀ ରାଜ୍ୟ ସଭା ଯିବା ନିଶ୍ଚିତ।

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ କୌଣସି ଲୋକ ସଭା ଆସନ ମିଳି ନ ଥିଲା ବେଳେ ଏବେ ରାଜ୍ୟ ସଭାରେ ଦଳର ଶକ୍ତି ହ୍ରାସ ପାଇଚାଲିଛି। ପ୍ରଥମେ ମୟୂରଭଞ୍ଜର ଟାଣୁଆ ମହିଳା ନେତ୍ରୀ ମମତା ମହନ୍ତ ରାଜ୍ୟ ସଭା ସହିତ ଦଳରୁ ଇସ୍ତଫା ଦେଇ ଭଜାପରେ ମିଶିଥିଲେ। ଏହାରି ମଧ୍ୟରେ ସେ ପୁନର୍ବାର ଭାଜପାରୁ ରାଜ୍ୟ ସଭାକୁ ଯାଇ ସାରିଥିବା ବେଳେ ତାଙ୍କ ପଛେ ପଛେ ସୁଜିତ କୁମାର ରାଜ୍ୟ ସଭା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭଜାପରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri