Posted inଜାତୀୟ

ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…

ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଭାଜପାର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୭ଟି ରାଜ୍ୟର ୧୦ ଟି ରାଜ୍ୟ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ଉପରେ ଆଲୋଚନା କରାଯିବା ସହ ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଭାଜପା ଆଜି ସଂଧ୍ୟା ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। କାରଣ ଆସନ୍ତାକାଲି ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ଦିନ।

ଦିଲ୍ଲୀରେ ଅନଚଷ୍ଠିତ ହୋଇଥିବା ଏହି ବୈଠକରେ ଭାଜପାର ବରିଷ୍ଠ ନେତୃତ୍ୱ କହିଛନ୍ତି ଯେ, ସଂସଦୀୟ ବୋର୍ଡ ସଦସ୍ୟଙ୍କ ସହ କଥାବାର୍ତ୍ତା ହେବା ପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥିସହ ବୈଠକରେ ଉପ-ନିର୍ବାଚନ ସମ୍ପର୍କିତ ରାଜନୈତିକ ସମୀକରଣ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ବିଶେଷକରି ବିହାର, ମହାରାଷ୍ଟ୍ର ଏବଂ ହରିୟାଣାରେ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଛି। ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ସହଯୋଗୀମାନଙ୍କୁ କିପରି ପରିଚାଳନା କରାଯିବ ସେନେଇ ନେତାଙ୍କ ସହ ଆଲୋଚନା କରାଯାଇଛି।

ରାଜ୍ୟ ସଭାର ଅନେକ ସିଟ୍‌ ଖାଲି ପଡିଛି। ବିହାରରୁ ଦୁଇଟି ସିଟ ଖାଲି ପଡିଛି। ଆରଜେଡି ରାଜ୍ୟସଭା ଏମପି ମିସା ଭାରତୀଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡ଼ିଛି। ବିବେକ ଠାକୁରଙ୍କ ଇସ୍ତଫା ଯୋଗୁଁ ଦ୍ୱିତୀୟ ଆସନ ଖାଲି ପଡିଛି। ଗୋଟିଏ ଆସନରେ ଭାଜପା ନିଜର ସହଯୋଗୀ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାଙ୍କୁ କୋଟାରୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀ କିଏ ହେବ ଏନେଇ ବୈଠକରେ ଅମିତ ଶାହା ଏବଂ ଜେପି ନଡ୍ଡା ମନ୍ଥନ କରିଛନ୍ତି।

ମହାରାଷ୍ଟ୍ରରେ ଦୁଇଟି ରାଜ୍ୟ ସଭା ଆସନ ଖାଲି ପଡିଛି। ଉଭୟଙ୍କ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଉଦୟରାଜ ଭୋସଲେ ଓ ପୀୟୁଷ ଗୋୟଲଙ୍କ ଇସ୍ତଫା ପରେ ଦୁଇଟି ସିଟ୍‌ ଖାଲି ପଡିଛି। ଚଳିତ ଲୋକ ସଭା ନିର୍ବାଚନରେ ପୀୟୁଷ ଗୋୟଲ ମୁମ୍ବାଇ ଉତ୍ତରରୁ ଏମପି ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ମହାରାଷ୍ଟ୍ରର ଏହି ଦୁଇଟି ଆନସରେ ଗୋଟିଏରେ ଭାଜପା ନିଜ ପାଖରେ ରଖିବାକୁ ଚିନ୍ତା କରିଥିବାବେଳେ ଅନ୍ୟଟି ଏନସିପି (ଅଜିତ ପାୱାର) କୁ ଦେବାକୁ ନିଷ୍ପତ୍ତି ନେଇଛି।

ସର୍ବାନନ୍ଦ ସୋନୋୱାଲ ଏବଂ କାମାଖୀ ପ୍ରସାଦ ତାସାଙ୍କ ଇସ୍ତଫା ଯୋଗୁଁ ଆସାମରୁ ଦୁଇଟି ସିଟ ଖାଲି ପଡିଛି। ଆସାମରୁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଅଛନ୍ତି। କେସି ଭେନୁଗୋପାଳ ରାଜସ୍ଥାନରୁ ଲୋକ ସଭାକୁ ଯିବା କାରଣରୁ ଗୋଟିଏ ରାଜ୍ୟ ସଭା ଆସନ ଖାଲି ପଡିଛି। ଭାଜପା କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇପାରେ। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ଯୋଗୁଁ ମଧ୍ୟପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଆସନ ଖାଲି ପଡିଛି।

କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଲୋକ ସଭା ଏମପି ହେବା ପରେ ଗୋଟିଏ ଆସନ ଖାଲି ପଡିଛି। ଏହି ଆସନ ଭାଜପା ଆକାଉଣ୍ଟକୁ ଯାଇପାରେ ବୋଲି ବିଶ୍ୱାସ କୁହାଯାଉଛି। ଓଡିଶାରୁ ବିଜେଡିର ରାଜ୍ୟ ସଭା ଏମପି ଥିବା ମମତା ମହାନ୍ତଙ୍କ ଇସ୍ତଫା ଯୋଗୁଁ ଗୋଟିଏ ଆସନ ଖାଲି ପଡିଛି। ଯାହା ଭାଜପା ପାଖକୁ ଯାଇପାରେ ବୋଲି କୁହାଯାଉଛି। ଆଉ ଏହି ଆସନରେ ଭାଜପା ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri