ବଜାରକୁ ଆସିଲା ‘ରାଜନାଥ ଆମ୍ବ’: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ଲକ୍ଷ୍ନୌ,୭ା୬:ଭାରତର ‘ମ୍ୟାଙ୍ଗୋ ମ୍ୟାନ୍‌’ ଭାବେ ପରିଚିତ ହାଜି କଲିମୁଲ୍ଲା ଖାନ୍‌ ନୂଆକରି ବିକଶିତ ଏକ ଆମ୍ବର ନାମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନଁାରେ ରଖିଛନ୍ତି। ସେ ନିଜ ବଗିଚାରେ ଫଳାଇଥିବା ଏହି ନୂଆ କିସମ ଆମ୍ବର ନାମକରଣ କରିଛନ୍ତି ‘ରାଜନାଥ ଆମ୍ବ’। କଲିମୁଲ୍ଲା ଏହା ପୂର୍ବରୁ ସଚିନ ତେନ୍ଦୁଲକର, ଐଶ୍ୱର୍ଯ୍ୟା ରାୟ, ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ନରେନ୍ଦ୍ର ମୋଦି, ଅମିତ୍‌ ଶାହାଙ୍କ ଭଳି ପ୍ରମୁଖ ଭାରତୀୟ ବ୍ୟକ୍ତିତ୍ୱଙ୍କ ନାମରେ ଆମ୍ବର ନାମକରଣ କରିସାରିଛନ୍ତି। ପୂର୍ବରୁ ୨୦୦୮ରେ ଭାରତ ସରକାର କୃଷି ଉଦ୍ୟାନ ଓ ବିଭିନ୍ନ କିସମର ଫଳ ଉତ୍ପାଦନ ପ୍ରତି କରିମୁଲ୍ଲାଙ୍କ ଅନନ୍ୟ ଅବଦାନକୁ ସ୍ବୀକୃତି ଦେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
ଉତ୍ତର ପ୍ରଦେଶର ଲକ୍ଷ୍ନୌ ଜିଲା ମଲିହାବାଦ ନିବାସୀ କଲିମୁଲ୍ଲା ଖାନ୍‌ ଗୋଟିଏ ଗଛରେ ୩୦୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ ଫଳାଇ ସାରିଲେଣି। ରାଜନାଥ ସିଂଙ୍କ ନାମରେ ସଦ୍ୟ ଭେରାଇଟିର ନାମକରଣକୁ ନେଇ କଲିମୁଲ୍ଲା କହିଛନ୍ତି, ଅନେକ ସମୟରେ ଲୋକେ ମହାନ୍‌ ନେତାମାନଙ୍କ ନାମକୁ ଭୁଲିଯାଆନ୍ତି। ଏହି ନାମଗୁଡ଼ିକ ପିଢ଼ି ପିଢ଼ି ଧରି ବଞ୍ଚତ୍ରହୁ ବୋଲି ସେ ଚାହାନ୍ତି। ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ସେବା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ନାମରେ ସେ ଆମ୍ବର ନାମ ଦେଇଥାନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଭୂମିକାକୁ ସମ୍ମାନ ଦେଇ ସେ ନୂଆ ଆମ୍ବର ନାମ ‘ରାଜନାଥ ଆମ୍ବ’ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri