ରାଜନଗର ବ୍ଲକ ରାସ୍ତା ଦୁର୍ନୀତି: ଫାଇଲ ଜବତକଲା ଭିଜିଲାନ୍ସ

ରାଜନଗର,୧୯ା୧ (ଭାସ୍କର ରାଉତରାୟ): ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ସ୍କୋୟାର ରୋଡ ଯାଇଛି। ଏହି ରାସ୍ତା ସବ୍‌ଷ୍ଟେଶନ ନିକଟରେ ତନ୍ତିଆପାଳ-ବଡ଼ପଲ୍ଲୀ ରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି। ଅବସ୍ଥା ଶୋଚନୀୟ ଯୋଗୁ ଲୋକେ ରାସ୍ତାରେ ଯାଇ ପାରୁ ନ ଥିବା ବେଳେ ସରକାରୀ ରେକର୍ଡରେ କିନ୍ତୁ ରାସ୍ତା ଚକାଚକ ରହିଛି। ରାସ୍ତା ଚକାଚକ କରାଯାଇଥିବା ଦର୍ଶାଇ ବର୍ଷେ ଭିତରେ ତିନି ତିନିଟି ଯୋଜନାରେ ୭ ଲକ୍ଷ ୭୮ ହଜାର ୭୮୮ ଟଙ୍କା ଉଠାଇ ନିଆଯାଇଥିବା ବେଳେ ୫ବର୍ଷରେ ଏହି ୨୫୦ ମିଟର ରାସ୍ତାକୁ ୯ ଥର ନିର୍ମାଣ ଓ ମରାମତି କରାଯାଇଥିବା ଦର୍ଶାଇ ୧୮ ଲକ୍ଷ ୯୯ ହଜାର ୭୬୫ ଟଙ୍କା ଉଠାଇ ନିଆଯାଇଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତ ବାନ୍ଧି ବସିଥିଲା। ଗୁରୁବାର କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗ ଦୁର୍ନୀତିକୁ ନେଇ ନିଜ ଆଡୁ ତଦନ୍ତ ଆରମ୍ଭ କରିବା ପରେ ବ୍ଲକ ପ୍ରଶାସନ ଓ କର୍ମଚାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ରାଜନଗର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଏହି ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁ କେଉଁ ଯୋଜନାରେ ଖର୍ଚ୍ଚ ହୋଇଛି, ସମସ୍ତ ଫାଇଲ ଓ ଏମ୍‌ବି ଜବତ କରି ନେଇ ଯାଇଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ରାସ୍ତାକୁ ସିମେଂଟ କଂକ୍ରିଟ ରୋଡ ଯୋଜନାରେ ନିର୍ମାଣ କରାଯାଇଥିବା ଦର୍ଶାଇ ୨୦ ଜୁଲାଇ ୨୦୧୮ରେ ୧ ଲକ୍ଷ ୮୩ ହଜାର ୪୯୬ ଟଙ୍କା, ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରେ ୪ ଅକ୍ଟୋବର ୨୦୧୯ରେ ୩ ଲକ୍ଷ ୫୫ ହଜାର ୬୬୭ ଟଙ୍କା, ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ଏହି ରାସ୍ତାର ମରାମତି ଓ ପୁନଃନିର୍ମାଣ ନାଁରେ ୨୪ ଫେବୃଆରୀ ୨୦୨୧ରେ ୧ ଲକ୍ଷ ୮୩ ହଜାର ୮୮୭ ଟଙ୍କା, ୧୨ ଅକ୍ଟୋବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରେ ଏହି ରାସ୍ତାର ମରାମତି ନାଁରେ ୫୫ ହଜାର ୯୭୫ ଟଙ୍କା, ୨୦ ନଭେମ୍ବର ୨୦୨୧ରେ ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରେ ଏହି ରାସ୍ତା ନିର୍ମାଣ ନାଁରେ ୨ ଲକ୍ଷ ୮୦ ହଜାର ୧୪୪ ଟଙ୍କା, ୨୭ ଡିସେମ୍ବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଏହି ରାସ୍ତା ମରାମତି ନାଁରେ ୬୧ ହଜାର ୮୦୮ ଟଙ୍କା, ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରେ ରାସ୍ତା ପୁନଃନିର୍ମାଣ ନାଁରେ ୨୨ ଡିସେମ୍ବର ୨୦୨୨ରେ ୧ ଲକ୍ଷ ୯୧ ହଜାର ୫୦୬ ଟଙ୍କା, ୩ ମାର୍ଚ୍ଚ୨୦୨୩ରେ ସାଂସଦ ପାଣ୍ଠିରୁ ରାସ୍ତା ପୁନଃ ନିର୍ମାଣ ନାଁରେ ୪ ଲକ୍ଷ ୮୦ ହଜାର ୬୩୨ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଇଜିଏସରେ ଏହି ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ ନାଁରେ ୬ ଜୁନ ୨୦୨୩ରୁ ୨୦ ଜୁନ ୨୦୨୩ ମଧ୍ୟରେ ଶ୍ରମିକ ମଜୁରୀ ବାବଦକୁ ୧ ଲକ୍ଷ ୬ ହଜାର ୬୫୦ ଟଙ୍କା ଉଠାଇ ନିଆଯାଇଛି। ୨୦୧୮ରେ ଏହି ରାସ୍ତାକୁ କଂକ୍ରିଟ କରଣ କରାଯାଇଥିବା ବେଳେ ୨୦୧୯ରେ ରାସ୍ତାକୁ ପୂର୍ଣ୍ଣାଙ୍ଗ କରାଯାଇଥିବା ଦର୍ଶାଯାଇଛି। ୨୦୨୧ରେ ରାସ୍ତା ପୁନଃନିର୍ମାଣ ପାଇଁ ଦୁଇଟି ଯୋଜନାରେ ୪ଥର ବିଲ କରାଯାଇଛି। ପରେ ୭ ଜାନୁଆରୀ ୨୦୨୨ରେ ରାସ୍ତା ଉଦ୍‌ଘାଟନ କରାଯାଇଛି। ରାସ୍ତା ଉଦଘାଟନ ପରେ ରାସ୍ତାର କିଛି ଅଂଶ ଏବେ ଯାଏଁ ଭୁଷୁଡି ପଡ଼ି ରହିଛି। ରାସ୍ତା ଯିବା ଆସିବା କରି ହେଉନାହିଁ। ମାତ୍ର ଡିସେମ୍ବର ୨୦୨୨ରୁ ଜୁନ୍‌ ୨୦୨୩ ମଧ୍ୟରେ ତିନି ତିନିଟି ଯୋଜନାରେ ରାସ୍ତା ପୁନଃନିର୍ମାଣ ନାଁରେ ସରକାରୀ ଅର୍ଥ ଉଠାଇ ନିଆଯାଇଥିବା ବେଳେ ରାସ୍ତା ନିର୍ମାଣ ନହେବା ଘଟଣା ସବୁ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri