ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ; କୃଷି, ପର୍ଯ୍ୟଟନ ଏବଂ ଖଣିଜ ଆୟ ବୃଦ୍ଧି ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ବର,୧୫।୧୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର ଓଡିଶାରେ ପହଞ୍ଚିଛନ୍ତି। ୩ ଦିନିଆ ଓଡିଶା ଗସ୍ତରେ ସେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରୁ ସିଧା ରାଜ୍ୟ ଅତିଥି ଭବନକୁ ଯାଇଛନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ଦିନ ୧୧ ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ତେବେ ଲୋକସେବା ଭବନରେ ବୈଠକ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସାମିଲ୍‌ ହୋଇପାରନ୍ତି। ରାଜ୍ୟ ସରକାର କିଛି ପ୍ରମୁଖ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି। କୃଷି, ପଯର୍‌ୟଟନର ବିକାଶ ଏବଂଖଣିଜ ଆୟ ବୃଦ୍ଧି ଉପରେ ମଧ୍ୟ ଆଲେଚନା ହୋଇପାରେ।ଏହା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ। । ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି।