ପୁରୀ ସହ ଦୀଘା ରଥଯାତ୍ରାକୁ ତୁଳନା କଲେ ରାଜଦୀପ ସର୍‌ଦେଶାଇ, କ୍ଷମା ମାଗିବାକୁ କହିଲେ ସବ୍ୟସାଚୀ

ଭୁବନେଶ୍ୱର, ୨୮ା୬ (ବନ୍ଦନା ସେଠୀ) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି। ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ପୁରୀରେ ଡେରା ପକାଇଛନ୍ତି। ଏଭଳି ସମୟରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ। ଅଭିନେତା ସବ୍ୟସାଚୀ ମିଶ୍ର ରାଜଦୀପଙ୍କ ଏଭଳି ପୋଷ୍ଟକୁ ନିନ୍ଦା କରିବା ସହିତ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାବି କରିଥିଲେ। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଟୁଇଟ୍‌ ଓ୍ବାର୍‌ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସବ୍ୟସାଚୀଙ୍କ ସମର୍ଥନରେ ଅନେକ ଶ୍ରଦ୍ଧାଳୁ ବାହାରିବା ପରେ ଶେଷରେ ରାଜଦୀପ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।

ରାଜଦୀପ ଶୁକ୍ରବାର ରାତିରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, ଜଗନ୍ନାଥଙ୍କ ରଥଯାତ୍ରାର ଏବେ ଦୁଇଟି ଠିକଣା। ମୂଳ ରଥଯାତ୍ରା ପୁରୀରେ ହେଉଥିବାବେଳେ ପଶ୍ଚିମବଙ୍ଗ ଦୀଘା ମଧ୍ୟ ଏବେ ରଥଯାତ୍ରାର ନୂତନ ଠିକଣା ପାଲଟିଛି। ତେବେ ସବ୍ୟସାଚୀ ଏହାକୁ ରିଟୁଇଟ୍‌ କରିବା ସହିତ ଦୃଢ ଭାବରେ ନିନ୍ଦା କରିଥିଲେ। ରାଜଦୀପ୍‌ଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଥିବାରୁ ସେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ସବ୍ୟସାଚୀଙ୍କ ଟୁଇଟ୍‌କୁ ଲୋକଙ୍କ ସମର୍ଥନ ମିଳିବା ଦେଖି ରାଜଦୀପ୍‌ ପୁନର୍ବାର ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ପୁରୀ ଜଗନ୍ନାଥ ଯାତ୍ରାର କୌଣସି ତୁଳନା ନାହିଁ ଏବଂ ଏହା ସର୍ବଦା ରଥଯାତ୍ରାର ମୂଳ କେନ୍ଦ୍ର ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ। ସେହିପରି ଦୀଘାରେ ହେଉଥିବା ରଥଯାତ୍ରାକୁ ସ୍ବାଗତ କରିବା ଉଚିତ ବୋଲି ପୋଷ୍ଟ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଟୁଇଟ୍‌ ଓ୍ବାର ଚାଲିବା ପରେ ରାଜଦୀପ ନିଜର ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା ସହିତ ଆଉ ଏକ ପୋଷ୍ଟ କରିଥିଲେ।

ଏନେଇ ସବ୍ୟସାଚୀ କହିଛନ୍ତି, ତାଙ୍କଭଳି ସାମ୍ବାଦିକଙ୍କ ପାଖରୁ ଏଭଳି କଥା ଆଶା କରାଯାଏନି। ଏହା କେବଳ ଏକ ପୋଷ୍ଟ ନୁହେଁ, ବରଂ ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରାଯାଇଛି। ତେଣୁ ଏହାକୁ ଦୃଢତାର ସହ ବିରୋଧ କରିବା ଦରକାର। ରଥଯାତ୍ରା ସମୟରେ ହଜାର ହଜାର ସ୍ଥାନରେ ଏଭଳି ରଥଯାତ୍ରା ଅନୁଷ୍ଠିତ ହେଉଛି। ମାତ୍ର କେହି ବି ପୁରୀ ରଥଯାତ୍ରା ସହିତ ଏଭଳି ତୁଳନା କରିବାକୁ ଦୁଃସାହସ କରିନାହାନ୍ତି। ଧୀରେ ଧୀରେ ମୋ ପୋଷ୍ଟକୁ ସମର୍ଥନ ମିଳିବା ଦେଖି ଶେଷରେ ସେ ଜଗନ୍ନାଥପ୍ରେମୀଙ୍କ ଆଗରେ ମୁଣ୍ଡ ନୁଅଁାଇଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?