Posted inଖେଳ

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୫ ଉଇକେଟ ହରାଇ ୧୮୫ ରନ୍‌ କରିଥିଲା। ଜବାବରେ ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଡାକରା ପାଇଥିବା ରାଜସ୍ଥାନ ପକ୍ଷରୁ ଜୋଶ ବଟଲର(୧୧) ଓ ଯଶସ୍ବୀ ଜୟସ୍ବାଲ(୫) ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୩୬ରେ ୩ ଟପ୍‌ ଅର୍ଡର ବ୍ୟାଟର ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ରବିଚନ୍ଦ୍ରନ ଅଶ୍ୱିନ ୨୯ ଓ ଇନିଂସର ଟପ୍‌ ସ୍କୋରର ରିୟାନ୍‌ ପରାଗ(୮୪*) ଚମତ୍କାର ବ୍ୟାଟିଂ କରିଥିଲେ। ଅଶ୍ୱିନ ୧୯ ବଲ୍‌ ଖେଳି ୩ ଛକା ସହିତ ୨୯ ରନ୍‌ କରିଥିଲେ। ଧ୍ରୁବ ଜୁରେଲ(୨୦) କ୍ରିଜ୍‌ରେ ଯୋଗ ଦେଇ ରିୟାନ ପରାଗଙ୍କ ସହ ୫୨ ରନ୍‌ ଯୋଡିଥିଲେ।

ସିମରନ୍‌ ହେଟମେୟର(୧୪*) ଓ ପରାଗ ଷଷ୍ଠ ଉଇକେଟରେ ମାତ୍ର ୧୬ ବଲରେ ୪୩ ରନ୍‌ ଯୋଡିଥିଲେ। ପରାଗ ନିଜ ଆଇପିଏଲ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ସହ ସର୍ବୋଚ୍ଚ ସ୍କୋର ହାସଲ କରିଥିଲେ। ମାତ୍ର ୪୫ ବଲ୍‌ ଖେଳି ସେ ୭ ଚୌକା ଓ ୬ ଛକା ସହ ୮୪ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁକେଶ କୁମାର, ଖଲିଲ ଅହମଦ ଓ ଆନରିଚ୍‌ ନର୍ଜେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦିଲ୍ଲକୀ କ୍ୟାପିଟାଲ୍ସ ଦୃଢ ଭାବରେ ଇନିଂସ ଆରମ୍ଭ କରି ପ୍ରଥମ ଉଇକେଟରେ ୩୦ ରନ୍‌ ଯୋଡିଥିଲା। ଇମ୍ପାକ୍ଟ ପ୍ଲେୟର ଭାବରେ ଆସିଥିବା ନାନ୍ଦ୍ରେ ବର୍ଗର ଦୁଇ ଉଇକେଟ ନେଇଥିଲେ। ଡେଭିଡ୍‌ ଓ୍ବାର୍ନର(୪୯) ଓ ରିଷଭ ପନ୍ତ(୨୮)ଙ୍କ ମଧ୍ୟରେ ୬୭ ରନ୍‌ର ଭାଗୀଦାରି ହୋଇଥିଲା। ଉଭୟ ଖେଳାଳି ଆଉଟ ହେବା ପରେ କ୍ୟାପିଟାଲ ଇନିଂସ ଦିଗହରା ହୋଇ ଯାଇଥିଲା। ଶେଷ ଆଡକୁ ଟ୍ରିଷ୍ଟାନ ଷ୍ଟବ୍ସ ଦ୍ରୁତ ୪୪ ରନ୍‌ କରିଥିଲେ ହେଁ ଦଳ ବିଜୟରୁ ୧୨ ରନ୍‌ ଦୂରରେ ରହିଥିଲା। ରୟାଲ୍ସ ପକ୍ଷରୁ ନାନ୍ଦ୍ରେ ବର୍ଗର,ୟୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri