Posted inଖେଳ

ଆଜି ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ: ଉଭୟ ଟିମ୍‌ର ଦ୍ୱିତୀୟ ବିଜୟ ଲକ୍ଷ୍ୟ…

ଗୁଆହାଟୀ,୫।୪ : ଆଇପିଏଲ ସିରିଜ ୧୬ର ଅଷ୍ଟମ ମ୍ୟାଚ ବୁଧବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ)ମଧ୍ୟରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଏକ ବଡ଼ ବିଜୟ ପରେ ପଞ୍ଜାବ କିଙ୍ଗ୍ସର ଆତ୍ମବିଶ୍ୱାସୀ ଦଳ ଆରଆରଦଳକୁ ଭେଟିବାକୁ ଯାଉଛି।

ମୋହାଲିରେ କୋଲକାତା ନାଇଟ ରାଇଡର୍ସ ଉପରେ ସାତ ରନରେ ବିଜୟ ପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରବାକୁ ଆଶା ରଖିଛି। ଉଭୟ ଟିମ୍‌ ଦ୍ୱିତୀୟ ବିଜୟ ଲକ୍ଷ୍ୟ ନେଇ ସନ୍ଧ୍ୟା ୭ଟା ୩୦ରେ ପଡ଼ିଆକୁ ଓହ୍ଲାଇବେ। ଉଭୟ ଦଳ ମଧ୍ୟରେ ଆଇପିଏଲରେ ଇତି ମଧ୍ୟରେ ୨୪ ଥର ମୁକାବିଲା ହୋଇଛି। ସେଥି ମଧ୍ୟରୁ ପଞ୍ଜାବ କିଙ୍ଗ୍ସ ୧୦ଟି ଜିତି ଥିବାବେଳେ ରାଜସ୍ଥାନ ରୟାଲ୍ସ ୧୪ଟି ଜିତିଛି।

ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ ୧୧ରେ ଯଶସ୍ବ ଜୈସୱାଲ, ଜୋସ ବଟଲର୍‌, ସଞ୍ଜୁ ସାମସନ (ଅଧିନାୟକ /ଓ୍ବିକେଟ କିପର), ଦେବଦତ୍ତ ପାଦିକ୍କଲ, ଶିମ୍ରନ ହେଟମିୟର, ରିୟାନ ପରାଗ, ଜେସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ପ୍ରଭାସିମରନ ସିଂ, ଭାନୁକା ରାଜପାକ୍ଷେ, ଜିତେଶ ଶର୍ମା (ୱିକେଟ କିପର), ସିକନ୍ଦର ରଜା, ଶାହାରୁଖ ଖାନ, ସାମ କରଣ, ନାଥାନ ଏଲିସ, ହରପ୍ରୀତ ବରାର, ରାହୁଲ ଚାହର, ଅର୍ଶଦୀପ ସିଂ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri