ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’

ଭୁବନେଶ୍ୱର,୧।୬: ରିଲାଏନ୍ସ ରିଟେଲ୍‌ର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ରଜ ରାଜକୁମାରୀ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ପାର୍ବଣଋତୁରେ ଗ୍ରାହକଙ୍କ ମନରେ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ ମହୋତ୍ସବକୁ ଆଖି ଆଗରେ ରଖି ବ୍ରାଣ୍ଡ୍‌ ପକ୍ଷରୁ ଏଭଳି ଏକ ଅଭିଯାନର ପରିକଳ୍ପନା ଆରମ୍ଭ ହୋଇଛି। ସେହିଭଳି ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରିବା ଲାଗି ଟ୍ରେଣ୍ଡ୍‌ସ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକମାନଙ୍କ ପାଇଁ ପ୍ରଦାନ କରାଯାଉଛି। ଏପରିକି ଚଳିତ ରଜପର୍ବରେ ଯେଉଁମାନେ ୩୯୯୯ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରିବେ, ସେମାନେ ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବେ। ଏଥିସହ ସେହି ଗ୍ରାହକମାନଙ୍କୁ ୨୦୦୦ ଟଙ୍କା ମୂଲ୍ୟର କୁପନ ବି ପ୍ରଦାନ କରାଯିବ। ସେହିପରି ରଜରେ କିଣାକିଣା କରୁଥିବା ଗ୍ରାହକମାନେ ମଧ୍ୟ ସ୍ବତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତାରେ ଭାଗନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ପାଇପାରିବେ। ଉଲ୍ଲେଖଯୋଗ୍ୟ, ଚଳିତ ରଜ ପର୍ବ ଅବସରରେ ଗ୍ରାହକମାନଙ୍କୁ ‘ସ୍ପିନ୍‌ ଟୁ ୱିନ୍‌’ ଖେଳିବା ଏବଂ ଟ୍ରେଣ୍ଡ୍‌ସ ସହିତ ସେମାନଙ୍କର ରଜ ଲୁକ୍‌ ଶେୟାର କରିବାର ସୁଯୋଗ ଦେଉଛି। ବିଶେଷକରି ଟ୍ରେଣ୍ଡସର ଗ୍ରାହକମାନେ ‘ସ୍ପିନ୍‌ ଟୁ ୱିନ୍‌’ ଖେଳିପାରିବେ କିମ୍ବା ସେମାନଙ୍କ ରଜ ଲୁକ୍‌ ଆବେଦନ (ଏଟ୍ରି)ଗୁଡ଼ିକୁ www.trendsrajarajkumari.com ରେ ମଧ୍ୟ ଦାଖଲ କରିପାରିବେ। ଫଳରେ ଗ୍ରାହକମାନେ ମଧ୍ୟ ସେମାନଙ୍କର ରଜ ଲୁକ୍‌, ସେଲିବ୍ରେଶନ ଭିଡିଓ ଓ ରିଲ୍‌ଗୁଡ଼ିକୁ ସେମାନଙ୍କର ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ trendsrajarajkumari ହାସ୍‌ଟ୍ୟାଗ୍‌ ସହ ପୋଷ୍ଟ୍‌ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri