ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ ସିଟ ଦାଖଲ କରାଯିବ ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ DGP ବିନୟ ତୋଷ ମିଶ୍ର।
ଏହି ଘୋଟଲାର ମୁଖ୍ୟ କାର୍ପଟଦାର ରାଜା ଚକ୍ର ସହିତ ମୋଟ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୬୦ ଟି ବ୍ୟାଙ୍କ ଖାତା ଓ ଅନେକ ଗାଡି ଜବତ କରାଯାଇଛି। ତଦନ୍ତ ରୁ ମିଳି ଥିବା ତଥ୍ୟ କୁ ବର୍ତ୍ତମାନ ଅନୁଧ୍ୟାନ କରାଯାଉଛି। ଖବରଦାତାଙ୍କ ପ୍ରଶ୍ନରେ ଏହି ମାମାଲରାରେ କିଛି ନୂଆ ଲୋକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ DGP।
ସେପଟେ ପୂର୍ବରୁ ହେଇଥିବା ଅଭିଯୋଗ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ମୋଟ ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତା ହୋଇଥିବା କୁହାଯାଉଥିଲା । ଏହାରି ଭିତରେ ଏହି ମହାଦୁର୍ନିତିର ଖେଳତାଡ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚକୁ ଗୁରୁତ୍ବ ପୂର୍ଣ୍ଣ ସୁରାକ ମିଳିଛି । ଫଳସ୍ବରୂପ ଏବେ ଏହି ଅନିୟମିତତାର ପରିମାଣ ୫୦୦ କୋଟି ଟଙ୍କାକୁ ଟପି ଯାଇ ପାରେ ବୋଲି ଆଶଙ୍କା କରୁଛି ତଦନ୍ତକାରୀ ସଂସ୍ଥା ।