ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ। ଆଗକୁ ବର୍ଷା ଆସୁଥିବାରୁ ଏହା ପୂର୍ବରୁ କାମ ଶେଷ କରା ନ ଗଲେ ସହରରୁ ବର୍ଷା ଜଳ ନିଷ୍କାସନ ହୋଇପାରିବ ନାହିଁ। ତେବେ ଏଥିପ୍ରତି ଜିଲା ପ୍ରଶାସନ କି ପୌର ପ୍ରଶାସନର ସେପରି ନିଘା ନ ଥିବା ଅଭିଯୋଗ ହେଉଛି। କାରଣ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ପ୍ରଶାସନ ପକ୍ଷରୁ ବିଳମ୍ବ କରାଯାଇଥିବା କେତେଜଣ କାଉନସିଲର ଓ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ବର୍ଷା ପୂର୍ବରୁ ଡ୍ରେନ୍‌ କାର୍ଯ୍ୟ ଶେଷ କରା ନ ଗଲେ ସହରବାସୀ ଆବର୍ଜନା ପାଣିରେ ଘାଣ୍ଟିଚକଟି ହେବେ ବୋଲି ସେମାନେ କହିଛନ୍ତି।
ପ୍ରକାଶ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଅନୁଗୋଳ ସହରର ୨୩ଟି ୱାର୍ଡରେ ଡ୍ରେନ୍‌ କାର୍ଯ୍ୟ ହେବ ବୋଲି ଖସଡ଼ା ପ୍ରସ୍ତୁତ ହୋଇଥିଲା। କେଉଁ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରାଯିବ ଓ ସଫେଇ ହେବ ତାକୁ ନେଇ ଗତ ଫେବୃୟାରୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ପରେ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ଟେଣ୍ଡର ପ୍ରକ୍ରିୟା ହୋଇପାରି ନ ଥିଲା। ତେବେ ଆଚରଣ ବିଧି ଉଠିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୮ରେ ଟେଣ୍ଡର କରାଯାଇ ଏପ୍ରିଲ ୬ରେ ଖୋଲାଯାଇଥିଲା। କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଠିକାଦାରଙ୍କୁ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଗଲା। ଏଭଳି କି ଟେଣ୍ଡର ବାତିଲ କରାଯିବ ବୋଲି କୁହାଗଲା। କେବଳ ସେତିକି ନୁହେଁ, ଟେଣ୍ଡର ଦସ୍ତାବିଜ୍‌ରେ ମଧ୍ୟ ମୋହର ମରାଗଲା ନାହିଁ। ଏହାଛଡ଼ା ସହରରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡରରେ ମଧ୍ୟ ମେ ୯ ତାରିଖରେ ନଗରପାଳ ମୋହର ମାରିବାରୁ ବିଳମ୍ବ ହେଉଥିବା ପୌରପାଳିକାର କେତେକ କାଉନସିଲର କହିଛନ୍ତି। ଫଳରେ ଏବେ ବର୍ଷା ଦିନ ଆସୁଥିବାରୁ ସହରର ଡ୍ରେନ୍‌ କାର୍ଯ୍ୟ କିଭଳି ଭାବେ ଶେଷ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ୪୫ରୁ ୫୦ ଦିନ ମଧ୍ୟରେ ଡ୍ରେନ୍‌ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ଏହା ମଧ୍ୟରେ ବର୍ଷା ଆସିଯାଇଥିବ। ତେଣୁ କାର୍ଯ୍ୟ ସାରିବା ସମ୍ଭବ ନୁହେଁ। ଆଉ ତରବରିଆ ଭାବେ କାର୍ଯ୍ୟ କରାଗଲେ ତାହା ନିମ୍ନମାନର ହେବ ବୋଲି ସହରବାସୀ କହିଛନ୍ତି। ଏ ସମ୍ପର୍କରେ କେତେଜଣ କାଉନସିଲର କହିଛନ୍ତି, ପ୍ରଥମ ବୈଠକରେ ଟେଣ୍ଡର ବାତିଲ କରାଯିବା ନେଇ ଦାବି କଥା ମିଛ। ବିଭିନ୍ନ ଓ୍ବାର୍ଡରେ ହେବାକୁଥିବା ଏହି ଉନ୍ନୟନ କାର୍ଯ୍ୟକୁ କେଉଁ କାଉନସିଲର କାହିଁକି ବିରୋଧ କରିବେ।

ରାସ୍ତାରେ ପାଣି ସୁଅ ପରେ ବୁଦ୍ଧି ପଶିଲା

ବାତ୍ୟା ଅସାନି ପ୍ରଭାବରେ ମଙ୍ଗଳବାର ଅନୁଗୋଳ ସହରରେ ବର୍ଷା ହୋଇଥିଲା। ଜୋର୍‌ଦାର ବର୍ଷା ଯୋଗୁ ସହରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଚାଲିଥିଲା। ପାଣିର ଏହି ସୁଅ ଦେଖିବା ପରେ ଅନୁଗୋଳ ପୌର ପ୍ରଶାସନର ଚେତା ଉଦୟ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ସହରରେ ଥିବା ବିଭିନ୍ନ ଡ୍ରେନ୍‌ ସଫେଇ କରାଯିବ ବୋଲି କୁହାଯାଇଛି। ଏଭଳି କି ଡ୍ରେନ୍‌ରୁ ଖଲି, ସୋଲ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀ ସଫେଇ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେସିବି ଦ୍ୱାରା ଏହି ସଫେଇ କାର୍ଯ୍ୟ କରାଯିବ ବୋଲି ନଗରପାଳ ସାମନ୍ତ କହିଛନ୍ତି। ଏଥିସହ ପିଏଚଡି ଓ ଟେଲିଫୋନ୍‌ ସଂସ୍ଥାକୁ ମଧ୍ୟ ସେମାନଙ୍କ ପାଇପ ଡ୍ରେନ୍‌ ବାହାରେ ନେବାକୁ କୁହାଯାଇଛି। ସେମାନଙ୍କ ପାଇପ ପାଇଁ ଡ୍ରେନ୍‌ ଜାମ୍‌ ହେଉଥିବା ନଗରପାଳ ପ୍ରକାଶ କରିଛନ୍ତି।

ନିର୍ବାଚନ ଆଚରଣ ବିଧି ପାଇଁ ବିଳମ୍ବ
ନିର୍ବାଚନ ଆଚରଣ ବିଧି ଉଠିବା ପରେ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ଆବଶ୍ୟକ କାଗଜପତ୍ରରେ ନଗରପାଳ ଦସ୍ତଖତ ମାରି ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଥିଲା।
– ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ଟେଣ୍ଡର ଅନୁମୋଦନ କରାଯାଇଛି
ପୌର ପରିଷଦର ପ୍ରଥମ ବୈଠକରେ ଟେଣ୍ଡର ବାତିଲ କରିବାକୁ ଦାବି ହୋଇଥିଲା। ଏଥିରେ ହସ୍ତକ୍ଷେପ କରିବା ପରେ ଟେଣ୍ଡର ଆରମ୍ଭ ହେଲା। ପୌରପାଳିକାରେ ବହୁ ନିୟମ ରହିଛି। ସେହି ଅନୁଯାୟୀ ଟେଣ୍ଡର ଅନୁମୋଦନ କରାଯାଇଛି।
-ଅକ୍ଷୟ କୁମାର ସାମନ୍ତ, ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri