ଆସୁଛି ଆଉ ଏକ ପଶ୍ଚିମାଝଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସୁଛି ଆଉ ଏକ ପଶ୍ଚିମାଝଡ଼। ଆସନ୍ତା ୨୬ରୁ ପଶ୍ଚିମା ଝଡ-ପ୍ରଭାବରେ ରାଜ୍ୟରେ ବର୍ଷା, ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ସମ୍ଭାବନା ରହିଛି। ସେହିପରି ୨୭ରୁ ବର୍ଷାର ବିସ୍ତୃତି ବଢିବ। ଏଥିରେ ୧୧ ଉପକୂଳ ଜିଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲା ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।