ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାଣିପାଗରେ ପରିବର୍ତ୍ତନ ଆସିଛି। ସୋମବାର ଭୋର ସମୟରୁ ଝିପିଝିପି ବର୍ଷା ଲାଗିରହିଥିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ରାତ୍ରକାଳୀନ ଥଣ୍ଡାରେ ହ୍ରାସ ପାଇଥିବା ବେଳେ ଦିନରେ କୋହଲା ପାଗ ଓ ମେଘୁଆ ପାଗ ଯୋଗୁ ଶୀତ ଦ୍ବିଗୁଣିତ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୧. ୦୫ ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସେପଟେ ହଠାତ୍ କାରଣରୁ ଧାନଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏବେ ଅଞ୍ଚଳରେ ଧାନକଟା ଚାଲିଥିବା ବେଳେ ଅନେକ ଚାଷୀଙ୍କ କ୍ଷେତରେ ଧାନ କଟାଯାଇ ପଡ଼ିଛି। ଅମଳ କାର୍ଯ୍ୟ ସରିନାହିଁ ଫଳରେ କ୍ଷେତରୁ ସୁରକ୍ଷିତ ସ୍ଥାନକୁ ଚାଷୀ ଅମଳ ଧାନ ଓ କଟାଯାଇ ରଖାଯାଇଥିବା ଧାନବିଡ଼ାକୁ ନେବାକୁ ଉଦ୍ୟମ କରୁଥିବା ବାଡ଼ାବାଙ୍ଗା ପଞ୍ଚାୟତ ପଦ୍ମପଲିର ଧାନଚାଷୀ ସୁରଞ୍ଜନ ପ୍ରଧାନ କହିଛନ୍ତି ହଠାତ ବର୍ଷା ଯୋଗୁ ଚାଷୀକୁଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।