ନିର୍ମାଣ ହେଉନି ରେଳ ଅଣ୍ଡରବ୍ରିଜ କି ଓଭରବ୍ରିଜ:ଲେଭଲ କ୍ରସିଂରେ ଟ୍ରାଫିକ ଜାମ ସ୍ଥିତି

ଭବାନୀପାଟଣା, ୧୩ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେଳ ଲେଭଲ କ୍ରସିଂରେ ଅଣ୍ଡରବ୍ରିଜ କିମ୍ବା ଓଭରବ୍ରିଜ ନାହିଁ। ଫଳରେ ଲେଭଲ କ୍ରସିଂରେ ଟ୍ରାଫିକ ଜାମ ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଟ୍ରେନ ଯାଉଥିବା ସମୟରେ ଦୀର୍ଘସମୟ ଧରି ଲୋକଙ୍କୁ ରାସ୍ତାରେ ଅପେକ୍ଷା କରିବାକୁ ପଡୁଛି।
ଜିଲାର ନର୍ଲା ରୋଡଠାରେ ଲେଭଲ କ୍ରସିଂ ଯୋଗୁ ବହୁ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ନର୍ଲା ସହର ଆଡ଼କୁ ପ୍ରାୟ ୪୮ ମିଟର ଜାଗା ଅଧିଗ୍ରହଣ ହୋଇନାହିଁ। ଫଳରେ ଭବାନୀପାଟଣା ଉପଜିଲାପାଳ ଏହାର ଜନଶୁଣାଣି ଆରମ୍ଭ କରିଛନ୍ତି। ସେହିପରି ନର୍ଲା ତହସିଲ ପଟକୁ ପ୍ରାୟ ୨୦ ମିଟର ଜମି ପୂର୍ବରୁ ଅଧିଗ୍ରହଣ ହୋଇସାରିଛି। ଦୀର୍ଘଦିନରୁ ଓଭରବ୍ରିଜ ପାଇଁ ଦାବି ହେଉଥିବାରୁ ବର୍ତ୍ତମାନ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନର୍ଲା ବ୍ଲକର ରୁପ୍ରାରୋଡଠାରେ ଲେଭଲ କ୍ରସିଂ ଥିବାରୁ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ରୁପ୍ରାରୁ ରୁପ୍ରାରୋଡକୁ ଆସିବାକୁ ୨ଟି ଲେଭଲ କ୍ରସିଂ ପଡୁଛି। ଦୀର୍ଘଦିନରୁ ଓଭରବ୍ରିଜ ଦାବି ହୋଇଆସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଅଣ୍ଡର ବ୍ରିଜ ଅନୁମୋଦନ ହୋଇଥିବାରୁ ଏହି ପ୍ରକଳ୍ପ ବର୍ତ୍ତମାନ ଶୀତଳଭଣ୍ଡାରରେ ରହିଛି। ଭବାନୀପାଟଣାଠାରୁ କେସିଙ୍ଗା ଯିବାବେଳେ ସହର ଉପକଣ୍ଠରେ ଲେଭଲ କ୍ରସିଂ ଥିବା ଯୋଗୁ ଜାତୀୟ ରାଜପଥ ୨୬ରେ ଯାନବାହନ ଅଟକି ଯାତ୍ରୀମାନେ ହଇରାଣ ହେଉଛନ୍ତି। ୧୯୯୪ ମସିହାରୁ ପରମାନନ୍ଦପୁରରୁ ଓ ଭେଜିପଦର ମୌଜାରେ ଜମି ଅଧିଗ୍ରହଣ ସରିଛି। କେସିଙ୍ଗା ପଟେ ୬୦ ମିଟର ଓ ଭବାନୀପାଟଣା ପଟେ ୬୦ ମିଟର ଜମି ଅଧିଗ୍ରହଣ ହୋଇଛି। ରୁପ୍ରାରୋଡଠାରେ ଗୋଟିଏ ଲେଭଲ କ୍ରସିଂରେ ଓଭରବ୍ରିଜ କରାଯାଇ ଅନ୍ୟଏକ ଲେଭଲ କ୍ରସିଂରେ ବାଇପାସ୍‌ ରାସ୍ତା ପାଇଁ ଦାବି ହୋଇଆସୁଛି। ସେହିପରି ନର୍ଲା ରାସ୍ତାରେ ବଇରାପଦର, ଭବାନୀପାଟଣା ନିକଟରେ ଦେପୁର, ବାଦଲିଠାରେ ମଧ୍ୟ ଓଭରବ୍ରିଜ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ସ୍ଥାନରେ ଥିବା ଅଣ୍ଡର ବ୍ରିଜରେ ପାଣି ଜମି ରହୁଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ବର୍ଷାଦିନେ ଯାତାୟାତ ଠପ ହୋଇଥାଏ। କଳାହାଣ୍ଡି ଜିଲାରେ ରେଲଓ୍ବେ ପକ୍ଷରୁ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?