ଟ୍ରାକ୍‌ରୁ ମୃତଦେହ ମିଳିବା ଘଟଣା: ୫ ଦିନ ହେଲା ରେଳବାଇ ପୋଲିସ ପାଉନାହିଁ ମୁଣ୍ଡ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ବୁଧବାର ବଲାଙ୍ଗୀର ରେଳବାଇ ପୋଲିସ ଉଦ୍ଧାର କରିଥିଲା। ଅଜଣା ବ୍ୟକ୍ତିଙ୍କ ପରିଚୟ ଏଯାଏ ମିଳି ପାରି ନ ଥିବାବେଳେ, ଟ୍ରେନ ଟ୍ରାକ୍‌ରେ କଟି ଯାଇଥିବା ମୁଣ୍ଡ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ବଲାଙ୍ଗୀର ରେଲବାଇ ପୋଲିସ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ଖୋଜି ବାହାର କରିପାରିବାରେ ବିଫଳ ହୋଇଛି। ଏପରିକି ମୃତ ବ୍ୟକ୍ତିଙ୍କ ପରିଚୟ ନ ମିଳିବାରୁ ରବିବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଟିଟଲାଗଡ ରୋଡ୍‌ ବିଜାଖମନଠାରେ ମୁଣ୍ଡ ବିହୀନ ମୃତଦେହକୁ ରେଳବାଇ ପୋଲିସଙ୍କ ଉପସ୍ଥିତିର ଶବ ସତ୍କାର କରାଯାଇଥିଲା। ଅଜଣା ବ୍ୟକ୍ତିଙ୍କ ପରିଚୟ ନ ମିଳିବାରୁ ଏବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ବଲାଙ୍ଗୀର ଜିଲାରୁ ପ୍ରତ୍ୟେକ ଦିନ ବାହାର ରାଜ୍ୟକୁ ଲୋକେ ଦାଦନ ଖଟି ଯାଉଥିବା ବେଳେ ଏକ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କୌଣସି ଶ୍ରମିକଙ୍କର ମୃତଦେହ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଏନେଇ ଜିଆର୍‌ପି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଅଜଣା ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ୫ଦିନ ବିତି ଯିବା ପରେ ମଧ୍ୟ ରେଳବାଇ ପୋଲିସ ଖୋଜି ବାହାର କରିବାରେ ବିଫଳ ହୋଇଛି। ଅଜଣା ମୃତ ବ୍ୟକ୍ତିଙ୍କ ପରିଚୟ ନ ମିଳିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବସତ୍କାର କରଯାଇଥିବା ରେଳବାଇ ଭାରପ୍ରାପ୍ତ ପୋଲିସ ଅଧିକାରୀ ମକାରୁ ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଟ୍ରାକ୍‌ରେ କେହି ଜଣେ ପଡ଼ିଥିବାର ଖବର ପାଇବା ପରେ ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରେଲଓ୍ବେ ଟ୍ରାକ୍‌ରେ ଜଣେ ମୁଣ୍ଡ ବିହୀନ ଲୋକର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲା। ସେଠାରୁ ମୃତଦେହକୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଥିଲା ବଲାଙ୍ଗୀର ରେଳବାଇ ପୋଲିସ। ତେବେ ୫ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ପୋଲିସକୁ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ମିଳିପାରିନାହିଁ କି ପରିଚୟ ମଧ୍ୟ ପୋଲିସ ଚିହ୍ନଟ କରିପାରିନାହିଁ ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ଓ୍ବାଶିଂଟନ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri