ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ ବିସ୍ଫୋରଣ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ମାଓବାଦୀ ଅଞ୍ଚଳରେ ବିସ୍ପୋରଣ ଶୁଣି ପୋଲିସ ମଧ୍ୟ ଆକ୍ସନ ମୁଡକୁ ଆସିଥିଲା ।

ପୋଲିସ କର୍ମଚାରୀ ଥାନାରୁ ଆସି ସର୍ଚ୍ଚ ଅପରେଶନ ସମୟରେ ରେଲୱେ ୨୨୦ କେଭି ଗ୍ରୀଡ଼ରେ ନିଆଁ ଲାଗିଥିବା ଦେଖିଖିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଲହୁଣୀପଡା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରି ନ ପାରିବାରୁ ବଣାଇଁ ଓ ରାଉରକେଲାରୁ ତିନୋଟି ଟିମ ଦୀର୍ଘ ୪ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।

ତେବେ ରାତି ପ୍ରାୟ ୧୧ଟା ହଠାତ୍ ଅଗ୍ନିକାଣ୍ଡ ଘଟିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସମ୍ପୃକ୍ତ ରେଳ ଲାଇନରେ ବିଦ୍ୟୁତ ଚାଳିତ ରେଳ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି । ଘଟଣାର କାରଣ ନେଇ ରେଲୱେ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ  ।

 

Dharitri – Odisha’s No.1 Odia Daily