ରେଳ ପ୍ରକଳ୍ପ: ଓଡ଼ିଶାର ଦାବି ୭,୨୦୦ କୋଟି

ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆସନ୍ତା ବଜେଟରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବେ ନିଆଯାଇଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏଥିସହିତ ରାଜ୍ୟର ଦୁର୍ଗମ, ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ପାଇଁ ବଜେଟରେ ୫,୬୫୦ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ଦାବି କରାଯାଇଛି ।
ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଭିଡିଓ କନ୍‌ଫରେନି୍ଂସ ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ସହ ୨୦୨୧-୨୨ ପ୍ରାକ୍‌ ବଜେଟ ପ୍ରସ୍ତୁତି ସମ୍ପର୍କରେ ମତାମତ ଲୋଡ଼ିଥିଲେ। ଏଥିରେ ଭାଗ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟରେ ଜାତୀୟ ରାଜପଥଗୁଡିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବ୍ୟୟବରାଦ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହାସହ ସେଣ୍ଟ୍ରାଲ ସେଲସ୍‌ ଟ୍ୟାକ୍ସ ଆକ୍ଟ-୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସି’ର ଅପବ୍ୟବହାର କରାଯାଇ ହାଇସ୍ପିଡ୍‌ ଡିଜେଲର ଆନ୍ତଃରାଜ୍ୟ କ୍ରମକୁ ରୋକିବା ନେଇ ବଜେଟରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଓଡ଼ିଶାରେ ବ୍ୟାଙ୍କ ନ ଥିବା ଗ୍ରାମପଞ୍ଚାୟତଗୁଡିକରେ ବ୍ୟାଙ୍କ ଶାଖା ଖୋଲିବା, ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଯଥା ଟାରିଫ୍‌ ପଲିସିରେ ସଂଶୋଧନ କରି ପୁରୁଣା ପାଓ୍ବାର ପର୍ଚେଜ ଏଗ୍ରିମେଣ୍ଟଗୁଡିକୁ ବନ୍ଦ କରିବା, ବିଦ୍ୟୁତ୍‌ ଆଇନ-୨୦୦୩ରେ ସଂଶୋଧନ କରି ସମସ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପଗୁଡିକୁ ରିନ୍ୟୁଏବୁଲ୍‌ ପାଓ୍ବାର ଓବ୍ଲିଗେଶନ ପାଇଁ ଅନ୍ତର୍ଭୁକ୍ତ କରିବାକୁ ପୂଜାରୀ ପ୍ରସ୍ତାବ ଦେଇଛନ୍ତି।
ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସ୍‌ଇସିଆଇ ଦ୍ୱାରା କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‌ସିଓଏମ୍‌ମାନଙ୍କୁ ଭାଗନେବା ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବ୍ୟୟବରାଦ କରିବା ସହ ରାଜ୍ୟଗୁଡିକର ସ୍ବାର୍ଥ ଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ସମସ୍ତ ଅର୍ଥ ରାଜ୍ୟ ବଜେଟ ଜରିଆରେ ପ୍ରଦାନ କରାଯିବା, ଏ ବାବଦକୁ ସୋସାଇଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଖର୍ଚ୍ଚ ନ କରି ସିଧାସଳଖ ରାଜ୍ୟ ଟ୍ରେଜେରିରୁ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିବା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକ ବାବଦରେ ରାଜ୍ୟକୁ ମିଳିବାକୁ ଥିବା ଅର୍ଥର ଆଗୁଆ ପ୍ରଦାନ କରିବା ସହ ଉତ୍ତର-ପୂର୍ବ ତଥା ହିମାଳୟସ୍ଥିତ ରାଜ୍ୟଗୁଡିକୁ ପ୍ରଦାନ କରାଯାଉଥିବା କେନ୍ଦ୍ର ଅଂଶ ହାରରେ ଓଡ଼ିଶାକୁ କେନ୍ଦ୍ରୀୟ ଅଂଶଧନ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାର ସୀମା ଶୁଳ୍କ ଉପରେ ଆଦାୟ କରୁଥିବା ସେସ୍‌ ତଥା ଅତିରିକ୍ତ ଦେୟଗୁଡିକୁ ବନ୍ଦ କରି ସେଗୁଡିକୁ କେନ୍ଦ୍ର ଟିକସ ଅନ୍ତର୍ଭୁକ୍ତ କରିବା ଦ୍ୱାରା ରାଜ୍ୟଗୁଡିକୁ କେନ୍ଦ୍ର ଟିକସରୁ ଅଧିକ ରାଜ୍ୟ ଅଂଶ ମିଳିପାରିବ। ବିଭିନ୍ନ ପ୍ରକଳ୍ପ ବାବଦରେ ବାହାରୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ନିରଞ୍ଜନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri