ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର,୨।୨(ବ୍ୟୁରୋ): ବଜେଟ୍‌ରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା। ଖୋର୍ଦ୍ଧା- ବଲାଙ୍ଗୀର ରେଳ ପାଇଁ ୮୯୧ କୋଟି ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ- ସୁକିନ୍ଦା ରେଳ ଲାଇନ୍‌ ପାଇଁ ୪୭୫ କୋଟି, ହରିଦାସପୁର- ପାରାଦୀପ ଲାଇନ୍‌ ପାଇଁ ୮୫ କୋଟି ମଞ୍ଜୁର। ତାଳଚେର-ବିମଳାଗଡ ରେଳ ଲାଇନ୍‌ ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ଲାଇନ୍‌ ପାଇଁ ୮୧ କୋଟି, ନୌପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି,ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ୍‌କୁ ମଞ୍ଜୁରୀ ହୋଇଥିବା ବେଳେ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍‌ ପାଇଁ ୧୬୪ କୋଟି, ସମ୍ବଲପୁର-ଟିଟିଲାଗଡ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି- ଦୈତାରୀ- ଟମକା-ଯଖପୁରା ପାଇଁ ୩ଶହ କୋଟି, ସମ୍ବଲପୁର- ତାଳଚେର ପାଇଁ ୧୭୨କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି।

Share