ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି । ଏହି ଅଭିଯାନରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗାର ତାପସ ସାହୁ, ସିପୁ ସାହୁ ଏବଂ କଇଣ୍ଡାର ମଣ୍ଟୁ ସାହୁ ଘରେ ରେଡ଼ ଜାରି ରହିଛି। ସେହିଭଳି ହରିଚନ୍ଦନପୁର ଥାନା ଅନ୍ତର୍ଗତ ସାନ୍ତରାପୁର, କାଳିଆହାତା, ତେଲକୋଇ, ଘଷିପୁରା, ଜାମୁଜୋଡି, ମୟୂରଭଞ୍ଜ ଜିଲାର ବିସୋଇ, କରଞ୍ଜିଆ, ଝାରପୋଖରିଆ, ତେଣ୍ଟୋପୋଶି, ଚଢେଇଭୋଳ, କେନ୍ଦ୍ରେଇ ଏବଂ ଠାକୁରମୁଣ୍ଡାରେ ଚଢାଉ ହୋଇଛି। ଏହା ସହିତ ଯାଜପୁର ଜିଲା କୋରେଇ ଏବଂ ଭଦ୍ରକ ଜିଲା ମଧ୍ୟ ସାମିଲ ରହିଛି। ଏହି ବ୍ୟାପକ ଅଭିଯାନର ନେତୃତ୍ୱ ନେଉଛନ୍ତି ୨ଜଣ ଅତିରିକ୍ତ ପୋଲିସ ଅଧିକ୍ଷକ। ଯେଉଁଥିରେ ୫ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସଆଇ ଏବଂ ଏଏସଆଇ ସାମିଲ ଅଛନ୍ତି ଏବଂ ୧୮ ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଅଭିଯାନ ଜାରି ରହିଛି। ନଗଦ ଟଙ୍କା, ଯାନବାହାନ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ବିପୁଳ ପରିମାଣ ଜବତ ହେବାର ଆଶଙ୍କା କରାଯାଉଛି।

