Posted inଜାତୀୟ

ପଛରେ ବସିଲେ ରାହୁଲ: ପ୍ରୋଟକଲରେ ବଡ଼ ତ୍ରୁଟି, ସରକାର କହିଦେଲେ…

ନୂଆଦିଲ୍ଲୀ,୧୬।୮: ଦେଶ ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି। ଗୁରୁବାର ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଗତକାଲି ଏଠାରେ ହୋଇଥିବା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଲାଲକିଲ୍ଲାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଛ ସିଟ୍‌ ଦିଆ ଯାଇଥିଲା। ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ରାହୁଲ ଗାନ୍ଧୀ ବସିଥିବା ସ୍ଥାନରେ ଅଲିମ୍ପିକ୍ସର ଖେଳାଳିମାନେ ବସିଥିଲେ। ହେଲେ ନିୟମ ଅନୁଯାୟୀ ଦେଶର ବିରୋଧୀ ଦଳ ନେତାଙ୍କୁ ପଛ ସିଟ୍‌ରେ ବସିବାର କୌଣସି ପ୍ରାବଧାନ ନ ଥାଏ। ଯାହାକୁ ନେଇ ବିରୋଧୀ କଂଗ୍ରେସ ଭାଜପାକୁ ପ୍ରଶ୍ନ କରିଛି। ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଚି କି ବିରୋଧୀ ଦଳ ନେତାଙ୍କ ଆସନ ସବୁଠାରୁ ଆଗରେ ଥାଏ ହେଲେ ଭାଜପାର ଏପରି ଅବବ୍ୟସ୍ଥା ଯୋଗୁ ରାହୁଲ ଗାନ୍ଧୀଙ୍କୁ ପଛରେ ବସିବାକୁ ପଡିଥିଲା।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କାହାକୁ କେଉଁ ସିଟ୍‌ ମିଳିଥାଏ, ଏହା କିପରି ନିର୍ଣ୍ଣୟ ନିଆଯାଏ? ସାଧାରଣ ପ୍ରୋଟକଲ ଅନୁସାରେ ବିରୋଧୀ ଦଳ ନେତାଙ୍କ ଆସନ ବରିଷ୍ଠ ନେତାଙ୍କ ମଧ୍ୟରେ କେଉଁଠି ଆସିଥାଏ।

କହିରଖୁଛୁ କି, ଜାତୀୟ କାର୍ଯ୍ୟକ୍ରମ ଆୟୋଜନରେ କିଏ କେଉଁଠି ବସିବେ, କେଉଁ ନେତା କେଉଁ ଆସନ ଗ୍ରହଣ କରିବେ ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥାଏ। ପ୍ରତିଟି କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଆଧାରରେ ସିଟ୍‌ ବ୍ୟବସ୍ଥା କରାଯାଏ। ବରିଷ୍ଠତାକୁ ନେଇ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟର ଟେବୁଲ ଅଫ୍‌ ପ୍ରେସିଡେନ୍ସ ଲିଷ୍ଟ ଆଧାରକୁ ନେଇ ପ୍ରସ୍ତୁତ କରିଥାଏ। ଏହି ଆଧାରରେ ପ୍ରୋଟକଲ ପ୍ରସ୍ତୁତ ହୋଇଥାଏ।

ତେବେ ପ୍ରସ୍ତୁତ ହୋଇଥିବା ନିର୍ଦ୍ଧାରିତ ଲିଷ୍ଟନୁସାରେ ପ୍ରଥମ ସ୍ଥାନରେ ଭାରତର ରାଷ୍ଟ୍ରପତି, ଏହା ପରେ କ୍ରମଶଃ ଭାରତର ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟଗୁଡିକର ରାଜ୍ୟପାଳ, ପୂର୍ବ ରାଷ୍ଟ୍ରପତି, ଉପ ପ୍ରଧାନମନ୍ତ୍ରୀ, ଦେଶର ପ୍ରଧାନ ବିଚାରପତି, ଲୋକ ସଭା ସ୍ପିକର ଇତ୍ୟାଦିଙ୍କ ପାଳି ପଡିଥାଏ। ଏହାପରେ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ନୀତି ଆୟୋଗର ଡେପୁଟି ଚେୟାରମ୍ୟାନ, ପୂର୍ବ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସଭା ଏବଂ ଲୋକ ସଭାର ବିରୋଧୀ ଦଳ ନେତାଙ୍କ ପଦ ଆସିଥାଏ। ଟେବୁଲ ଅଫ୍‌ ପ୍ରେସିଡେନ୍ସନୁସାରେ କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ସମାନ ଦେଖାଯାଏ। ଏହି ୨ଟି ଧାଡି ପରେ ଭାରତ ରତ୍ନ ପ୍ରାପ୍ତ ଖେଳାଳି, ମୁଖ୍ୟମନ୍ତ୍ରୀଙ୍କ ପାଳି ପଡିଥାଏ। ବେଳେବେଳେ ବିଶେଷ ଆୟାଜନମାନଙ୍କରେ ପରିବର୍ତ୍ତନ ମଧ୍ୟ କରାଯାଏ। ଯେମିତି କି ଏଥର ଅଲିମ୍ପିକ୍ସ ଖେଳାଳିଙ୍କ ବିଶେଷ ସ୍ଥାନ ଦିଆଯାଇଥିଲା।

ହେଲେ ଗତକାଲି ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ୫ମ ଧାଡିରେ ବସାଯାଇଥିବାବେଳେ ପ୍ରଥମ ଧାଡିରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦଚୂଡ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂ ଚୌହାନ, ଅମିତ ଶାହା ଏବଂ ଏସ ଜୟଶଙ୍କର ବସିଥିଲେ। ତେବେ ରାହୁଲ ୫ମ ଧାଡିରେ ବସିବାକୁ ନେଇ କୌଣସି ବିଶେଷ ସୁବିଧା ପାଇଁ ଅନୁରୋଧ କରି ନଥିଲେ। ସେହିପରି ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ମଧ୍ୟ ୫ମ ଧାଡିରେ ବସିବାକୁ ଦିଆଯାଇଥିଲା।

ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କ ଆସନକୁ ନେଇ ହେଉଥିବା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ନିଜର ସଫେଇ ଦେଇଛି। ମନ୍ତ୍ରଣାଳୟନୁସାରେ, ସ୍ବାଧୀନତା ଦିବସ ଅବସରରେ ଆଗ ଦାଡିରେ ଅଲିମ୍ପିକ୍ସ ମେଡାଲ ବିଜେତାଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଯେଉଁ କାରଣରୁ ରାହୁଲ ଗାନ୍ଧୀଙ୍କୁ ପଛ ସିଟ୍‌ରେ ବସିବାକୁ ପଡିଲା। ନଚେତ୍‌ ପ୍ରୋଟକଲ୍‌ ମୁତାବିକ ବିରୋଧୀ ଦଳ ନେତା ଆଗ ଧାଡିରେ ବସିବାର ବ୍ୟବସ୍ଥା ରହିଛି।
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରୁ ବିରୋଧୀ ଦଳ ନେତା ଭାବରେ ସୋନିଆ ଗାନ୍ଧୀଙ୍କୁ ଏହିସବୁ ଆୟୋଜନରେ ଆଗ ଧାଡିରେ ବସିବାକୁ ଆୟୋଜନ କରାଯାଇଥିଲା।୧୦ବର୍ଷ ମଧ୍ୟରେ ଏହି ପଦ ଖାଲି ରହିବାକୁ ବିରୋଧୀ ଦଳ ନେତାଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?