Posted inଜାତୀୟ

ଲୋକ ସଭାକୁ ଫେରିଲେ ରାହୁଲ

ନୂଆଦିଲ୍ଲୀ, ୮ା୮: ଅଯୋଗ୍ୟ ଘୋଷିତ ହୋଇ ଚାରି ମାସରୁ ଊର୍ଦ୍ଧ୍ୱ ସମୟ ଲୋକ ସଭାରୁ ଦୂରେଇ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପାର୍ଲାମେଣ୍ଟର ନିମ୍ନ ସଦନକୁ ଫେରିଛନ୍ତି। ଏକ ମାନହାନି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦିଆଯାଇଥିବା ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଥିବାରୁ ସେ ତାଙ୍କ ସଦସ୍ୟ ପଦ ଫେରି ପାଇଛନ୍ତି। ଫଳରେ ଏହା ତାଙ୍କର ଲୋକ ସଭାକୁ ବାହୁଡ଼ା ବିଜୟ ବୋଲି କୁହାଯାଉଛି।
ମଙ୍ଗଳବାର ମୋଦି ସରକାରଙ୍କ ବିରୋଧରେ ଅଣାଯିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ରାହୁଲ ଲୋକ ସଭାକୁ ଫେରିଥିବାରୁ ତାହା ବିରୋଧୀଙ୍କ ମନୋବଳକୁ ସୁଦୃଢ଼ କରିଛି। ଯଦିଓ ଏନଡିଏ ସପକ୍ଷରେ ବହୁମତ ରହିଛି, ତଥାପି ବିରୋଧୀ ବ୍ଲକ ‘ଇଣ୍ଡିଆ’ର ଜଣେ ପ୍ରମୁଖ ବକ୍ତା ଭାବେ ଲୋକ ସଭାରେ ତାଙ୍କ ଉପସ୍ଥିତି ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେବାକୁ ଯାଉଛି। ଅଗଷ୍ଟ ୪ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ପରେ ରାହୁଲଙ୍କ ସଦସ୍ୟତା ପୁନଃ ଅବସ୍ଥାପିତ ହୋଇଛି ବୋଲି ଲୋକ ସଭା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ପରବର୍ତ୍ତୀ ନ୍ୟାୟିକ ରାୟ ଆସିବା ଯାଏ ତାଙ୍କ ଅଯୋଗ୍ୟତାକୁ ରଦ୍ଦ କରିଦିଆଗଲା। ସୋମବାର ଲୋକ ସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ରାହୁଲ ପାର୍ଲାମେଣ୍ଟରେ ପହଞ୍ଚତ୍ଥିଲେ। ଲୋକ ସଭା ଭିତରକୁ ପ୍ରବେଶ କରିବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। କିନ୍ତୁ ସେତେବେଳକୁ ଗୃହ ମୁଲତବୀ ହୋଇଯାଇଥିଲା। ତେବେ ପାର୍ଲାମେଣ୍ଟ ପରିସରରେ ସେ ତାଙ୍କ ମା’ ତଥା ଲୋକ ସଭା ଏମ୍‌ପି ସୋନିଆ ଗାନ୍ଧୀଙ୍କ ସହ କିଛି ସମୟ ବିତାଇଥିବା ଦେଖିବାକୁ ମିଳିଥିଲା।
ପାର୍ଲାମେଣ୍ଟକୁ ଫେରିଥିବାରୁ ରାହୁଲଙ୍କୁ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳ ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ମୁଖ୍ୟ ଫାଟକ ନିକଟରେ ମିଠା ବଣ୍ଟାଯିବା ସହିତ ଏଆଇସିସିର ପୂର୍ବତନ ମୁଖ୍ୟଙ୍କ ସପକ୍ଷରେ ସ୍ଲୋଗାନ ଦିଆଯିବାରୁ ସେଠାରେ ଏକ ଉତ୍ସବର ବାତାବରଣ ସୃଷ୍ଟି ହୋଇଯାଇଥିଲା। ତାଙ୍କ ସଦସ୍ୟ ପଦ ପୁନଃ ଅବସ୍ଥାପିତ ହୋଇଥିବାରୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରାହୁଲଙ୍କ ଏମ୍‌ପି ପଦ ବଜାୟ ରହିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ଦେଶବାସୀ ବିଶେଷକରି ଓ୍ବାୟନାର୍ଡବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଖାର୍ଗେ ଏକ ଟୁଇଟ୍‌ କରି ଆହୁରି କହିଛନ୍ତି, ବର୍ତ୍ତମାନ ସରକାରଙ୍କ ଆଉ ଯେତିକି ଅବଧି ବାକି ରହିଛି ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ନେତାଙ୍କୁ ଟାର୍ଗେଟ ନ କରି ତାହାକୁ ବାସ୍ତବ ଶାସନ ଦିଗରେ

ଉପଯୋଗ କରିବା ଉଚିତ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଭାଇ ରାହୁଲଙ୍କ ଲୋକ ସଭା ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଲୋକମାନେ ବାସ୍ତବ ପ୍ରସଙ୍ଗକୁ ନେଇ ଉଠାଉଥିବା ସ୍ବରକୁ ରାହୁଲ ପୁଣି ଥରେ ପାର୍ଲାମେଣ୍ଟରେ ଠିକ୍‌ ଭାବେ ପ୍ରତିଫଳିତ କରିବେ। ସେହିପରି ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ. ସି. ଭେନୁଗୋପାଳ କହିଛନ୍ତି, ରାହୁଲଙ୍କ ଲୋକ ସଭା ଫେରିବା ଦ୍ୱାରା ଗଣତନ୍ତ୍ରର ବିଜୟ ଘଟିଛି ଏବଂ ଭାରତ ଜିତିଛି। ସେ ବିନା ଦ୍ୱିଧାରେ ସଂସଦୀୟ ଯାତ୍ରାରେ ସତ୍ୟ କହିଚାଲିବେ। ସେ ହେଉଛନ୍ତି ଭାରତର ସ୍ବର ଓ ତାହା କଦାପି ନୀରବି ଯିବ ନାହିଁ। ଅନୁରୂପ ଭାବେ ଭାରତୀୟ ଜାତୀୟ ବିକାଶ ସମାବେଶୀ ମେଣ୍ଟ (ଇଣ୍ଡିଆ)ର ବହୁ ନେତା ସଂସଦକୁ ରାହୁଲଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଶା ବ୍ୟକ୍ତ କରି କହିଛନ୍ତି, ତାଙ୍କ ଦଳୀୟ ନେତା ମହମ୍ମଦ ଆଜମ ଖାନ୍‌ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କ ଉତ୍ତର ପ୍ରଦେଶ ବିଧାନସଭା ଆସନ ସଦସ୍ୟତା ପଦ ମଧ୍ୟ ପୁନଃ ଅବସ୍ଥାପିତ ହେବ। ସେହିପରି ସଂସଦକୁ ରାହୁଲଙ୍କ ଫେରିବାକୁ ନେଇ ଜମ୍ମୁ ଓ କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଭଲ କଥା। ସେ ଆହୁରି କହିଛନ୍ତି, ରାହୁଲ ‘ଇଣ୍ଡିଆ’କୁ ଆହୁରି ସୁଦୃଢ଼ କରିବେ ଓ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହଟାଇବାରେ ସହାୟକ ହେବେ।
କଂଗ୍ରେସ ପକ୍ଷରୁ କୁହାଯାଇଛି, ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ବିତର୍କରେ ରାହୁଲ ମୁଖ୍ୟ ବକ୍ତା ହେବେ। ତାଙ୍କ ଲୋକ ସଭା ସଦସ୍ୟ ପଦ ପୁନଃ ଅବସ୍ଥାପିତ ହେବା ପରେ ସେ ଟୁଇଟରରେ ରହିଥିବା ନିଜସ୍ବ ପରିଚୟ ବିବରଣୀରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ‘ଡିସ୍‌କ୍ୱାଲିଫାଏଡ୍‌ ଏମ୍‌ପି’ ସ୍ଥାନରେ ସେ ‘ମେମ୍ବର ଅଫ୍‌ ପାର୍ଲାମେଣ୍ଟ’ ଲେଖିଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟର ଏକ କୋର୍ଟ ଗତ ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକ ସଭା ସଦସ୍ୟ ପଦ ଆପେ ରଦ୍ଦ ହୋଇଥିଲା। ସୁପ୍ରିମକୋର୍ଟ ଗତ ଶୁକ୍ରବାର ଉକ୍ତ ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ପରେ ସେ ତାଙ୍କ ସଦସ୍ୟ ପଦ ଫେରିପାଇଥିଲେ। ଫଳରେ ସେ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ପଥ ସୁଗମ ହୋଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ବେଳେ ରାହୁଲ କହିଥିଲେ-‘କାହିଁକି ଏମିତି ହୁଏ ଯେ ସବୁ ଚୋର ମୋଦି ସାଙ୍ଗିଆଧାରୀ’। କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟ ପରେ ଗୁଜରାଟର ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହି ରାୟର ୨୪ ଘଣ୍ଟା ମଧ୍ୟରେ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା। ସେ ଏହା ବିରୋଧରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସେହି ଦଣ୍ଡକୁ ବଳବତ୍ତର ରଖିବାରୁ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri