Posted inଜାତୀୟ

ରାହୁଲଙ୍କ ଟି-ଶର୍ଟକୁ ନେଇ ରାଜନୀତି: ଭାଜପା କହିଲା ‘ଭାରତବାସୀ ଦେଖ’; କଂଗ୍ରେସ କହିଲା ‘ମୋଦିଙ୍କ ଶୁଟ୍‌, ଚଷମା…’

ଦୁବାଇ,୯।୯: କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡୋ’ଯାତ୍ରା। ଶୁକ୍ରବାର ହେଉଛି ଏହି ଯାତ୍ରାର ତୃତୀୟ ଦିନ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବର୍ତ୍ତମାନ ତାମିଲନାଡ଼ୁରେ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। ଏହାକୁ ଲୋକମାନେ ସମର୍ଥନ ମଧ୍ୟ ଦେଉଛନ୍ତି। ଏହି କ୍ରମରେ ରାହୁଲ ପିନ୍ଧିଥିବା ଏକ ଟି-ଶର୍ଟ ଚର୍ଚ୍ଚାରେ। କାରଣ ଏହାର ମୂଲ୍ୟ ୪୦ ହଜାର ଟଙ୍କାରୁ ଅଧିକ ବୋଲି ଟୁଇଟ୍‌ କରି ଦାବି କରିଛି ଭାଜପା। ଟୁଇଟ୍‌ରେ ରାହୁଲଙ୍କ ଫଟୋ ସହ ଅନ୍ୟ ଏକ ଟି-ଶର୍ଟ ଏବଂ ପ୍ରାଇସ ଟ୍ୟାଗ୍‌ ଦୃଶ୍ୟମାନ ହେଉଛି।

ସୋସିଆଲ ମିଡ଼ିଆରେ ଭାଜପା କହିଛି, ‘ଭାଜପା ଯୋଡ଼ୋ ଯାତ୍ରା’ ସମୟରେ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଉଥିବା ରାହୁଲ ଗାନ୍ଧୀ ଶୁକ୍ରବାର ୪୧,୨୫୭ ଟଙ୍କା ମୂଲ୍ୟର ଶର୍ଟ ପିନ୍ଧିଛନ୍ତି।  ରାହୁଲଙ୍କ ଫଟୋ ସହ ଭାଜପା ଟୁଇଟ୍‌ କରି କହିଛି, ‘ଭାରତ, ଦେଖ!’

ଅପରପକ୍ଷେ କଂଗ୍ରେସ ଏହାର ଜବାବ ଦେଇ କହିଛି, ଆରେ.. ତୁମେ କ’ଣ ଡରି ଗଲ। ଭାରତ ଯୋଡ଼ୋ ଯାତ୍ରାରେ ସାମିଲ  ଲୋକଙ୍କୁ ଦେଖି ଡରି ଗଲ। ପ୍ରସଙ୍ଗ ଯାହା ସେଥିରେ କଥାବାର୍ତ୍ତା କର। ବେକାରୀ ଏବଂ ମୁଦ୍ରାସ୍ପୀତି ବିଷୟରେ କୁହ। ଯଦି ତୁମେ ପୋଷାକ ବିଷୟରେ କଥା ହେବାକୁ ଚାହୁଁଛ ତେବେ ମୋଦୀଙ୍କର ୧୦ ଲକ୍ଷ ଟଙ୍କିଆ ଶୁଟ୍‌ ଏବଂ ୧.୫ ଲକ୍ଷର ଚଷମା ପର୍ଯ୍ୟନ୍ତ ଯିବ। କୁହ କଥାହେବା?

ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି- ଭାଜପା ଭାବୁଛି ସିବିଆଇ, ଇଡି ଏବଂ ଆଇଟି ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିପାରିବ। ସମସ୍ୟା ହେଉଛି ସେମାନେ ଭାରତର ଲୋକଙ୍କୁ ବୁଝନ୍ତି ନାହିଁ। ଭାରତୀୟ ଲୋକେ କିନ୍ତୁ ଭୟ କରନ୍ତି ନାହିଁ। କୌଣସି ବିରୋଧୀଦଳ ନେତା ଭାଜପାକୁ ଭୟ କରେନାହିଁ।

କଂଗ୍ରେସର ଏହି ଯାତ୍ରା  କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୩୫୦୦ କିମି ଅତିକ୍ରମ କରିବ। ୧୫୦ ଦିନ ମଧ୍ୟରେ ଏହା ସମାପ୍ତ ହେବ। ୧୨ ରାଜ୍ୟ ଦେଇ ଗତି କରିବ। ସେପ୍ଟେମ୍ବର ୧୧ରେ କେରଳରେ ଏହି ଯାତ୍ରା ପହଞ୍ଚିବା ପରେ ଆଗାମୀ ୧୮ ଦିନ ପାଇଁ ଏହି ରାଜ୍ୟ ଦେଇ ଯିବ। ଏହାପରେ ଯାତ୍ରା ସେପ୍ଟେମ୍ବର ୩୦ରେ କର୍ନାଟକରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri