Posted inଜାତୀୟ

ରାହୁଲଙ୍କ ଟି-ଶର୍ଟକୁ ନେଇ ରାଜନୀତି: ଭାଜପା କହିଲା ‘ଭାରତବାସୀ ଦେଖ’; କଂଗ୍ରେସ କହିଲା ‘ମୋଦିଙ୍କ ଶୁଟ୍‌, ଚଷମା…’

ଦୁବାଇ,୯।୯: କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡୋ’ଯାତ୍ରା। ଶୁକ୍ରବାର ହେଉଛି ଏହି ଯାତ୍ରାର ତୃତୀୟ ଦିନ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବର୍ତ୍ତମାନ ତାମିଲନାଡ଼ୁରେ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। ଏହାକୁ ଲୋକମାନେ ସମର୍ଥନ ମଧ୍ୟ ଦେଉଛନ୍ତି। ଏହି କ୍ରମରେ ରାହୁଲ ପିନ୍ଧିଥିବା ଏକ ଟି-ଶର୍ଟ ଚର୍ଚ୍ଚାରେ। କାରଣ ଏହାର ମୂଲ୍ୟ ୪୦ ହଜାର ଟଙ୍କାରୁ ଅଧିକ ବୋଲି ଟୁଇଟ୍‌ କରି ଦାବି କରିଛି ଭାଜପା। ଟୁଇଟ୍‌ରେ ରାହୁଲଙ୍କ ଫଟୋ ସହ ଅନ୍ୟ ଏକ ଟି-ଶର୍ଟ ଏବଂ ପ୍ରାଇସ ଟ୍ୟାଗ୍‌ ଦୃଶ୍ୟମାନ ହେଉଛି।

ସୋସିଆଲ ମିଡ଼ିଆରେ ଭାଜପା କହିଛି, ‘ଭାଜପା ଯୋଡ଼ୋ ଯାତ୍ରା’ ସମୟରେ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଉଥିବା ରାହୁଲ ଗାନ୍ଧୀ ଶୁକ୍ରବାର ୪୧,୨୫୭ ଟଙ୍କା ମୂଲ୍ୟର ଶର୍ଟ ପିନ୍ଧିଛନ୍ତି।  ରାହୁଲଙ୍କ ଫଟୋ ସହ ଭାଜପା ଟୁଇଟ୍‌ କରି କହିଛି, ‘ଭାରତ, ଦେଖ!’

ଅପରପକ୍ଷେ କଂଗ୍ରେସ ଏହାର ଜବାବ ଦେଇ କହିଛି, ଆରେ.. ତୁମେ କ’ଣ ଡରି ଗଲ। ଭାରତ ଯୋଡ଼ୋ ଯାତ୍ରାରେ ସାମିଲ  ଲୋକଙ୍କୁ ଦେଖି ଡରି ଗଲ। ପ୍ରସଙ୍ଗ ଯାହା ସେଥିରେ କଥାବାର୍ତ୍ତା କର। ବେକାରୀ ଏବଂ ମୁଦ୍ରାସ୍ପୀତି ବିଷୟରେ କୁହ। ଯଦି ତୁମେ ପୋଷାକ ବିଷୟରେ କଥା ହେବାକୁ ଚାହୁଁଛ ତେବେ ମୋଦୀଙ୍କର ୧୦ ଲକ୍ଷ ଟଙ୍କିଆ ଶୁଟ୍‌ ଏବଂ ୧.୫ ଲକ୍ଷର ଚଷମା ପର୍ଯ୍ୟନ୍ତ ଯିବ। କୁହ କଥାହେବା?

ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି- ଭାଜପା ଭାବୁଛି ସିବିଆଇ, ଇଡି ଏବଂ ଆଇଟି ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିପାରିବ। ସମସ୍ୟା ହେଉଛି ସେମାନେ ଭାରତର ଲୋକଙ୍କୁ ବୁଝନ୍ତି ନାହିଁ। ଭାରତୀୟ ଲୋକେ କିନ୍ତୁ ଭୟ କରନ୍ତି ନାହିଁ। କୌଣସି ବିରୋଧୀଦଳ ନେତା ଭାଜପାକୁ ଭୟ କରେନାହିଁ।

କଂଗ୍ରେସର ଏହି ଯାତ୍ରା  କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ୩୫୦୦ କିମି ଅତିକ୍ରମ କରିବ। ୧୫୦ ଦିନ ମଧ୍ୟରେ ଏହା ସମାପ୍ତ ହେବ। ୧୨ ରାଜ୍ୟ ଦେଇ ଗତି କରିବ। ସେପ୍ଟେମ୍ବର ୧୧ରେ କେରଳରେ ଏହି ଯାତ୍ରା ପହଞ୍ଚିବା ପରେ ଆଗାମୀ ୧୮ ଦିନ ପାଇଁ ଏହି ରାଜ୍ୟ ଦେଇ ଯିବ। ଏହାପରେ ଯାତ୍ରା ସେପ୍ଟେମ୍ବର ୩୦ରେ କର୍ନାଟକରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri