Posted inଜାତୀୟ

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠନୁସାରେ ରାହୁଲଙ୍କ ପାଖରେ ୨୦ କୋଟି ଟଙ୍କାରୁ ଅଧିକ ଚଳ-ଅଚଳ ସମ୍ପତ୍ତି ରହିଛି। ଯେଉଁଥିରେ ୪.୨ଲକ୍ଷ ଟଙ୍କାର ସୁନା ମଧ୍ୟ ରହିଛି। ଏଥିସହ ତାଙ୍କ ସତ୍ୟପାଠରୁ ଜଣାପଡିଛି କି, କୋଟି କୋଟି ଟଙ୍କାର ମାଲିକ ହେବା ପରେ ବି ତାଙ୍କ ପାଖରେ ନିଜସ୍ବ ଘର କିମ୍ବା ଗାଡି ଖଣ୍ଡିଏ ବି ନାହିଁ।

ନିର୍ବାଚନ କମିଶନରଙ୍କ ଦ୍ୱାରା ପ୍ରଦତ୍ତ ସୂଚନାନୁସାରେ, ରାହୁଲଙ୍କ ପାଖରେ ୯କୋଟି ୨୪ଲକ୍ଷ ୫୯ହଜାର ୨୬୪ଟଙ୍କା ଚଳ ସମ୍ପତ୍ତି ରହିଛି। ଯେଉଁଥିରେ ୪କୋଟି ୩୩ଲକ୍ଷ ୬୦ହଜାର ୫୧୯ ଟଙ୍କାର ଶେୟାର ରହିଥିବାବେଳେ ୩କୋଟି ୮୧ଲକ୍ଷ ୩୩ହଜାର ୫୭୨ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୨୬ଲକ୍ଷ ୨୫ହଜାର ୧୫୭ ଟଙ୍କା ବ୍ୟାଙ୍କ ବାଲାନ୍ସ ଥିବାବେଳେ ୧୫ଲକ୍ଷ ୨୧ହଜାର ୭୪୦ଟଙ୍କାର ଗୋଲ୍ଡ ବଣ୍ଡ ସାମିଲ ରହିଛି।

ରାହୁଲଙ୍କ ପାଖରେ ୫୫ହଜାର ନଗଦ ଟଙ୍କା ରହିଛି। ତାଙ୍କ ପାଖରେ ନିଜସ୍ବ ଘର କିମ୍ବା ଗାଡି ଖଣ୍ଡିଏ ନ ଥିବା ଜଣାପଡିଛି। କିନ୍ତୁ ସେ ୪୯ଲକ୍ଷ ୭୯ହଜାର ୧୮୪ ଟଙ୍କା କରଜ କରିଛନ୍ତି। ସମ୍ପତ୍ତି ଭାବରେ ଦିଲ୍ଲୀର ସୁଲତାନପୁର ଗାଁରେ ତାଙ୍କର ୩.୭୭୮ ଏକରର କୃଷିଭୂମି ରହିଛି। ଏଥିସହ ଗୁରୁଗ୍ରାମରେ ୫୮୩୮ ବର୍ଗ ଫିଟର ବାଣିଜ୍ୟ ଆପାର୍ଟମେଣ୍ଟ ରହିଛି। ସେହିପରି ରାହୁଲ ଏମପି ଭାବରେ ତାଙ୍କର ବେତନ, ମ୍ୟୁଚୁଆଲ ଫଣ୍ଡରୁ ଲାଭ ତଥା ମୋଟ ଆୟ ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୨୨-୨୩ରେ ସେ ମୋଟ ୨ଲକ୍ଷ ୭୮ହଜାର ୬୮୦ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri